ୟୁରୋପରେ ପୁତିନଙ୍କ ସମ୍ପତ୍ତି ଜବତ କରିବ ୟୁରୋପିୟନ ୟୁନିୟନ

ନୂଆଦିଲ୍ଲୀ: ଋଷିଆର ଭୟାବହ ଆକ୍ରମଣ ଯୋଗୁ ୟୁକ୍ରେନକୁ ଅନେକ କ୍ଷତି ସହିବାକୁ ପଡ଼ୁଛି । ଇତିମଧ୍ୟରେ ୟୁରୋପିୟନ ୟୁନିୟନ(ଇୟୁ) ବଡ଼ ପଦକ୍ଷେପ ନେଇଛି । ୟୁରୋପିୟନ ୟୁନିୟନ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କ ୟୁରୋପରେ ଥିବା ସମ୍ପତ୍ତିକୁ ଜବତ କରିବାକୁ ସ୍ଥିର କରିଛି । ଏଥିସହିତ ଋଷର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋବଙ୍କ ୟୁରୋପରେ ଥିବା ସମ୍ପତ୍ତିକୁ ମଧ୍ୟ ଇୟୁ ଜବତ କରିବ ବୋଲି ସୂଚନା ମିଳିଛି ।