ଯାଜପୁର: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢ଼ିଚାଲିଛି। ଏଠାରେ କାହାର ଜୀବନ ଚାଲିଯାଉଛି ତ କାହା ସଂସାର ଭାସିଯାଉଛି। ଏମିତି ଏକ ଘଟଣା ଘଟିଛି ଯାଜପୁରରେ । ପାଣିକୋଇଲି ଥାନା ପଥରରପଦା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ମଙ୍ଗଳବାର ଭୋର୍ ସମୟରେ ଏକ ଆଳୁ ବୋଝେଇ ଟ୍ରକ୍ ସହ ବାଇକ୍ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍କୁ ବାଇକ୍ ପଛପଟୁ ଧକ୍କା ଦେଇଥିବା ସୂଚନା ମିଳିଛି । ତେବେ, ଏଯାବତ୍ ତିନି ଜଣ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ଘଟିବା ପରେ ଆହତମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ନିଆଯାଇଥିଲା। ହସ୍ପିଟାଲ୍ରେ ପହଞ୍ଚୁ ପହଞ୍ଚୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ପୁଲିସ୍ ଏଯାଏ ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ।