Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଲିବାବାର ସିଙ୍ଗଲ୍ ଡେ’ ସେଲ୍, ୯୦ ମିନିଟରେ ବିକ୍ରି ହେଲା ୧.୧୫ ଲକ୍ଷ କୋଟିର ସାମଗ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଲିବାବାର ସିଙ୍ଗଲ୍ ଡେ’ ସେଲ୍, ୯୦ ମିନିଟରେ ବିକ୍ରି ହେଲା ୧.୧୫ ଲକ୍ଷ କୋଟିର ସାମଗ୍ରୀ

୧.୮ ମିନିଟରେ ୭୧୦୦ କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ,ଏଜେନ୍ସି: ବର୍ତ୍ତମାନ ସମୟରେ ଅନଲାଇନ୍ ଜରିଆରେ ଶପିଂ କରିବାକୁ ସର୍ବାଧିକ ଲୋକ ପସନ୍ଦ କରୁଛନ୍ତି। ଏହା ଖୁବ୍ ସହଜ ହୋଇଥିବାରୁ ଲୋକେ କୌଣସି ଶପିଂ ମଲ୍ କିମ୍ବା ଦୋକାନ୍ ପରିବର୍ତ୍ତେ ଘରେ ବସି ଅନଲାଇନ୍ ଜରିଆରେ ଶପିଂ କରିବାକୁ ଚାହୁଁଛନ୍ତି। ଏଥିପ୍ରତି ଲୋକମାନଙ୍କର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ପ୍ରମୁଖ ଇ-ବାଣିଜ୍ୟ କମ୍ପାନୀଗୁଡ଼ିକ ନିଜନିଜର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର୍ ଜାରି କରିଛନ୍ତି।

ଚୀନ୍ର ସର୍ବବୃହତ୍ ଇ-ବାଣିଜ୍ୟ କମ୍ପାନୀ ଆଲିବାବା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। କମ୍ପାନୀ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହାର ୨୪ ଘଣ୍ଟିଆ ମେଗା ଶପିଂ ଇଭେଣ୍ଟ୍ର ଶୁଭାରମ୍ଭ କରାଯାଇଛି। ସିଙ୍ଗଲ୍ ଡେ’ ସେଲ୍ ନାମକ ଏହି ଇଭେଣ୍ଟ୍ ସୋମବାର ଠାରୁ ଆରମ୍ଭ ହୋଇଥିବାବେଳେ ଆରମ୍ଭ ହେବାର ମାତ୍ର ୯୦ ମିନିଟରୁ କମ୍ ସମୟ ମଧ୍ୟରେ କମ୍ପାନୀ ୧.୧୫ ଲକ୍ଷ କୋଟି ଟଙ୍କା (୧,୬୩୦ କୋଟି ଡଲାର)ର ସାମଗ୍ରୀ ବିକ୍ରି କରିଥିବା ଉଲ୍ଲେଖ କରାଯାଇଛି।

ଗତବର୍ଷର ସେଲ୍ ତୁଳନାରେ ଚଳିତବର୍ଷ କମ୍ପାନୀ ଏଥିରେ ରେକର୍ଡ ସୃଷ୍ଟି କରିଛି, ଯାହା ଗତବର୍ଷ ବିକ୍ରି ସଂଖ୍ୟାର ଅଧାରୁ ଅଧିକ ହେବ ବୋଲି ଉଲ୍ଲେଖ କରାଯାଇଛି। ଏହି ଶପିଂ ଫେଷ୍ଟିଭାଲ୍ ପ୍ରତିବର୍ଷ ନଭେମ୍ବର ୧୧ରେ ଆୟୋଜିତ ହୁଏ। ନଭେମ୍ବର ୧୧ ବା ୧୧-୧୧ରେ ୪ଟି ୧ ଆସେ, ଯାହା ୪ଟି ସିଙ୍ଗଲକୁ ଦର୍ଶାଏ। ସେହିପରି କମ୍ପାନୀର ଏହି ସେଲ୍ ଆରମ୍ଭ ହେବାର ପ୍ରଥମ ୯ ଘଣ୍ଟା ମଧ୍ୟରେ ୧,୬୧,୭୧୫ କୋଟି (୨,୨୬୩ କୋଟି ଡଲାର)ର ସାମଗ୍ରୀ ବିକ୍ରି କରାଯାଇଛି। ଗତବର୍ଷ ଏହି ଅବଧିରେ କମ୍ପାନୀ ୧,୨୯,୨୦୧ କୋଟି ଟଙ୍କା (୧୨୬.୭୨ ବିଲିୟନ୍ ୟୁଆନ୍)ର ସାମଗ୍ରୀ ବିକ୍ରି କରିଥିଲା, ଯାହା ଚଳିତବର୍ଷର ବିକ୍ରି ଠାରୁ ୨୫% କମ୍ ଥିବା ଜଣାପଡ଼ିଛି।

ଚଳିତବର୍ଷ ସିଙ୍ଗଲ୍ ଡେ’ ସେଲ୍ରେ ୭୮ଟି ଦେଶରୁ ୨୨ ହଜାରରୁ ଊଦ୍ଧ୍ୱର୍ ଅନ୍ତର୍ଜାତୀୟ ବ୍ରାଣ୍ଡ୍ ସାମିଲ ହୋଇଛନ୍ତି। ଗତବର୍ଷ ୨୪ ଘଣ୍ଟାର ଏହି ସେଲରେ ମୋଟ ୨.୧୯ ଲକ୍ଷ କୋଟି ଟଙ୍କା (୩,୦୮୦ କୋଟି ଡଲାର)ର ରେକର୍ଡ ବିକ୍ରି କରାଯାଇଥିଲା। ସିଏନବିସି ରିପୋର୍ଟ ମୁତାବକ, ଚାଇନା ଇ-ବାଣିଜ୍ୟ କମ୍ପାନୀ ପ୍ରଥମ ୧.୮ ମିନିଟ୍ ମଧ୍ୟରେ ୭,୧୦୦ କୋଟି ଟଙ୍କା (୧୦୦ କୋଟି ଡଲାର)ର ବ୍ୟବସାୟ କରିଛି। ସେହିପରି ୧ ଘଣ୍ଟା ମଧ୍ୟରେ ୮୫,୬୮୦ କୋଟି ଟଙ୍କା (୮୪୦୦ କୋଟି ୟୁଆନ୍)ର ବ୍ୟବସାୟ କରାଯାଇଛି।

ଚଳିତବର୍ଷ ଏହି ସିଙ୍ଗଲ୍ ଡେ’ ସେଲ୍ ପୂର୍ବର ଅନେକ ରେକର୍ଡ ଭାଙ୍ଗିବ ବୋଲି ଟିମଲ୍ ଗ୍ଲୋବାଲ୍ ଆମଦାନୀ-ରପ୍ତାନିର ଜେନେରାଲ୍ ମ୍ୟାନେଜର ଏଲବିନ୍ ଲୁଇ ଦାବି କରିଥିଲେ। ଦେଶରେ ବିକାଶ ହାର ୬%ରୁ ତଳକୁ ରହିବା ସତ୍ତେ୍ୱ ଚୀନର ଉପଭୋକ୍ତା କିଣାକିଣି ପାଇଁ କେତେ ପରିମାଣରେ ଇଚ୍ଛୁକ ଅଛନ୍ତି, ତାହା ଦେଖିବା ଲାଗି ମଧ୍ୟ ନିବେଶକମାନେ ଅପେକ୍ଷାରତ ଥିଲେ। ଚୀନରେ ୨୦୦୯ରୁ ଅବିବାହିତ ଯୁବକଯୁବତୀଙ୍କ ପାଇଁ ନଭେମ୍ବର ୧୧ରେ ସିଙ୍ଗଲ ଡେ’ ପାଳନ କରାଯାଉଛି। ଦେଶରେ ୧ନମ୍ବରକୁ ସିଙ୍ଗଲ୍ ଲୋକଙ୍କୁ ସୂଚାଯାଏ, ତେଣୁ ୧୧-୧୧କୁ ହିଁ ସିଙ୍ଗଲ୍ ଡେ’ ରୂପେ ପାଳନ କରାଯାଏ। ବର୍ତ୍ତମାନ ଏହି ଫେଷ୍ଟିଭାଲ୍ ବିଶ୍ୱର ସର୍ବବୃହତ୍ ଅନଲାଇନ୍ ଶପିଂ ଫେଷ୍ଟିଭାଲ୍ ରୂପେ ପରିଚିତ ହେଉଛି।