ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ତୁଙ୍ଗାମାଳ ପଞ୍ଚାୟତ ସମିତି ସଦସ୍ୟ ବିଜେଡିର ମଧୁସୂଦନ ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରିଆମାଳ ବ୍ଲକ ଆଉଁଳି ପଞ୍ଚାୟତ ଚଢେଇମରା ଗ୍ରାମର ସୁଧାକର ପ୍ରଧାନଙ୍କ ପୁଅ ମଧୁସୂଦନ ପ୍ରଧାନ ଜଣେ ସମାଜ ସେବୀ ଭାବେ ପରିଚିତ।
ପୂର୍ବରୁ ବହୁବାର ସରପଞ୍ଚ ପଦବୀରେ ରହିବା ସହ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିଥିବାବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ସେ ତୁଙ୍ଗାମାଳ ପଞ୍ଚାୟତର ସମିତି ସଦସ୍ୟ ଭାବେ ନିର୍ବାଚିତ ହୋଇ ଆଜି ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନାମାଙ୍କନ ଦାଖଲ କରିଥିଲେ। ମଧୁସୂଦନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାପରେ ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜେଡି ଅକ୍ତିଆରକୁ ଯାଇଛି।