ତିଳେଇବଣି ପଞ୍ଚାୟତ ସମିତି ଦଖଲ କଲା ବିଜେପି

ଦେବଗଡ଼,ଏନ୍‌ଏନ୍‌ଏସ୍‌: ତିଳେଇବଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ଛେପଲିପାଲି ପଞ୍ଚାୟତ ସମିତି ସଦସ୍ୟା ବିଜେପିର ବୃନ୍ଦାବତୀ ଭୋଇ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ଗତ ପଞ୍ଚାୟତ ନିର୍ବାଚନରେ ତିଳେଇବଣି ଜୋନ-୨ର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବୃନ୍ଦାବତୀ ଭୋଇ ନିର୍ବାଚିତ ହୋଇଥିଲେ।

ଚଳିତ ପଞ୍ଚାୟତ ନିର୍ବାଚନରେ ସେ ଛେପଲିପାଲି ପଞ୍ଚାୟତର ସମିତି ସଦସ୍ୟା ଭାବେ ନିର୍ବାଚିତ ହୋଇ ଆଜି ତିଳେଇବଣି ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ନାମାଙ୍କନ ଦାଖଲ କରିଥିଲେ। ଏଥିସହ ସେ ତାଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିବା ବିଜେଡି ସମର୍ଥିତ ଝାରମୁଣ୍ଡା ପଞ୍ଚାୟତ ସମିତି ସଦସ୍ୟା ଗୁରୁବାରି ମୁଣ୍ଡାଙ୍କୁ ୧୫-୫ ଭୋଟ ବ୍ୟବଧାନରେ ପରାସ୍ତ କରି ବୃନ୍ଦାବତୀ ନିର୍ବାଚିତ ହେବାପରେ ତିଳେଇବଣି ପଞ୍ଚାୟତ ସମିତି ବିଜେପି ଅକ୍ତିଆରକୁ ଯାଇଛି।