ହୋଲି ପରେ ରବିବାର ଖୋଲା ରହିବ ଶ୍ରୀମନ୍ଦିର

ପୁରୀ,ଏନ୍‌ଏନ୍‌ଏସ୍‌: ଶ୍ରୀମନ୍ଦିର ମାର୍ଚ୍ଚ ୨୦ରୁ ଏଣିକି ରବିବାର ମଧ୍ୟ ଖୋଲା ରହିବ । ଦ୍ୱାର ଫିଟାଠାରୁ ପହଡ଼ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ପ୍ରଦାନ କରିଛନ୍ତି । କରୋନା ପାଇଁ ଶ୍ରୀମନ୍ଦିରରେ କଟକଣା ଲାଗୁ ହୋଇଥିଲା ।