ଦୁର୍ଘଟଣା ପରେ ପନ୍ତଙ୍କ ପ୍ରଥମ ଟ୍ୱିଟ୍‌

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ଋଷଭ ପନ୍ତ ଦୁର୍ଘଟଣା ପରେ ପ୍ରଥମ ଟ୍ୱିଟ୍ କରିଛନ୍ତି । ସର୍ଜରୀ ସଫଳ ହୋଇଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି । ଖରାପ ପରିସ୍ଥିତିରେ ସହଯୋଗ କରିଥିବା ପାଇଁ ପ୍ରଶଂସକ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି । ସୁସ୍ଥ ହେବାର ରାସ୍ତା ଖୋଲିଯବା ସହ ଆଗାମୀ ଚ୍ୟାଲେଞ୍ଜ ପାଇଁ ସେ ପ୍ରସ୍ତୁତ ଥିବାନେଇ କହିଛନ୍ତି ।