ଗୋଟିଏ ବି ରାଜ୍ୟରେ ନିର୍ବାଚନ ନ ହାରିବାକୁ ନଡ୍ଡାଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜିଠୁ ଦ୍ୱି-ଦିବସୀୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଏଥିରେ ଆଗାମୀ ନିର୍ବାଚନ ଉପରେ ଧ୍ୟାନ ଦେବାକୁ ନଡ୍ଡା କହିଛନ୍ତି ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ୨୦୨୩ରେ ୯ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ଏହା ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଆମେ ଯେପରି ନିର୍ବାଚନ ନ ହାରୁ ସେଥିପାଇଁ ସମସ୍ତଙ୍କୁ ପରିଶ୍ରମ କରିବାକୁ ପଡ଼ିବ । ଆମକୁ ସମସ୍ତ୯ଟି ଯାକ ରାଜ୍ୟରେ ଜିତିବାକୁ ପଡ଼ିବ ।