ମୁରୁମ ଚୋରା ଚାଲାଣ ବେଳେ ଆରଆଇଙ୍କ ଚଢ଼ଉ

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଦେଓଗାଁ ତହସିଲ ଅଧୀନରେ ଥିବା ବନ୍ଧପଡ଼ା-ଘାଟୁଳ ଡୁଙ୍ଗୁରି ରାସ୍ତାରେ ବେଆଇନ ଭାବେ ମୁରୁମ ଚୋରା ଚାଲାଣ ହେଉଥିବା ସମୟରେ ବନ୍ଧପଡ଼ା ଆରଆଇ ରାଜେଶ କର୍ମୀ ଚଢ଼ଉ କରି ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି । ବନ୍ଧପଡ଼ା ଆରଆଇ ସାର୍କିଲର ଘାଟୁଳଡୁଙ୍ଗୁରୀ ପତ୍ରା ଜଙ୍ଗଲରୁ ଏକ ରାସ୍ତା ନିର୍ମାଣ ପାଇଁ ମୁରୁମ ଚାଲାଣ ହେଉଥିଲା । ଏନେଇ ଆରଆଇ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ । ପରେ ଟ୍ରାକ୍ଟର ଓ ଜେସିବି ୨ଟି ଗାଡ଼ିର ମାଲିକ ଠିକାଦାର ନିରୋଜ ଅଗ୍ରୱାଲଙ୍କଠାରୁ ୨୦ହଜାର ଟଙ୍କା ଫାଇନ ଆଦାୟ କରିଥିବା ଆରଆଇ ସୂଚନା ଦେଇଛନ୍ତି ।