ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ତୁଷୁରାସ୍ଥିତ ମହିପୁର ଗାଁରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ମୃତକ ଜଣକ ହେଲେ ଦିବ୍ୟ ସିଂ ଭୋଇ । ଦିବ୍ୟଙ୍କୁ ତାଙ୍କ ସ୍ତ୍ରୀ ଯଶୋଦା ଗତକାଲି ରାତିରେ ହତ୍ୟା କରି ଫେରାର ମାରିଥିବା ଅଭିଯୋଗ ହୋଇଛି । ସୂଚନା ପାଇ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ କାହିଁକି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ ତାହା ଜଣାପଡ଼ି ନାହିଁ ।