ରିଙ୍ଗ ବନ୍ଧରେ ସୃଷ୍ଟି ହେଲା ୧୦ ଫୁଟର ଘାଇ

ଆଳି,ଏନ୍ଏନ୍ଏସ୍: କେନ୍ଦ୍ରାପଡା ଜିଲ୍ଲା ଆଳି ଧୋୟାଞ୍ଚଳକୁ ସଂଯୋଗ କରୁଥିବା ଆଳି ରିଙ୍ଗ ବନ୍ଧରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଭୁଇଁପୁର ଖରକା ବଜାର ନିକଟରେ ଥିବା ସୁଇସଗେଟଟି ପ୍ରାୟ ୧୦ ଫୁଟ ଦବି ଯାଇଛି। ଯାହାଫଳରେ ଯାତାୟାତରେ ବ୍ୟାହତ ସୃଷ୍ଟି ହୋଇଛି। ଏହି ରାସ୍ତାଦେଇ ହଜାର ହଜାର ଲୋକ ଯିବାଆସିବା କରନ୍ତି। ତୁରନ୍ତ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।