କ୍ୟାନସର ହସ୍ପିଟାଲ ସ୍ଥାପନା ଦାବିରେ ସ୍ମାରକପତ୍ର ପ୍ରଦାନ

ବରଗଡ,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ସ୍ଥାପନା କରାଯିବାକୁ ଦାବି କରିଛି କଂଗ୍ରେସ ଏବଂ ବିଜେପି । ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଗତ ଦିନରେ ହସ୍ପିଟାଲ ପ୍ରତିଷ୍ଠା ଦାବିନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଫେବୃୟାରୀ ମାସରେ ବରଗଡ଼ ଜିଲ୍ଳାରେ କ୍ୟାନସର ହସ୍ପିଟାଲ ସ୍ଥାପନା ନେଇ ଘୋଷଣା କରିଥିଲେ । ତେବେ ଘୋଷଣାର ଦୀର୍ଘଦିନ ପରେ ମଧ୍ୟ କାମ ଆରମ୍ଭ ନହେବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ଆଜି କଂଗ୍ରେସ ଏବଂ ବିଜେପି ତରଫରୁ ପୃଥକ୍ ପୃଥକ୍ ଭାବରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ଜିଲ୍ଲା କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରାଯିବାକୁ ଦାବି କରାଯାଇଛି। କଂଗ୍ରେସ ତରଫରୁ ସୁଶାନ୍ତ ସାହୁ , ବ୍ରହ୍ମାନନ୍ଦ ମହାକୁଡ, ଅଭିଷେକ ନାୟକ, ପପୁ କୁମ୍ଭାର, ଅଭିଲାଷ ପତି , ଆଶିଷ ବେହେରା, ଗୋବିନ୍ଦ ମେହେର , ବିମଲ ସିକା ସାମିଲ ହୋଇଥିବା ବେଳେ ବିଜେପି ତରଫରୁ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ସୁରେଶ୍ୱର ଶତପଥୀ, କୁଶ କୁମ୍ଭାର, କିଶୋର ଚନ୍ଦ୍ର ଦାଶ, ଅବନୀକାନ୍ତ ପଣ୍ଡା, ପରୀକ୍ଷିତ ଛତ୍ତର , ବିଜୟ ଦାଶ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।