ରାୟଗଡ଼ା,ଏନ୍ଏନ୍ଏସ୍: ମାତ୍ର ୨୦ ମିନଟ୍ ମଧ୍ୟରେ ହଜିଯାଇଥିବା ୪ଲକ୍ଷ ୫୦ହଜାର ଟଙ୍କା ଫେରିପାଇଲେ। ସୂଚନା ଅନୁସାରେ ଶେଖ୍ ୟେଜଦାନି ନାମକ ବ୍ୟକ୍ତି ରବିବାର ସମତା ଏକ୍ସପ୍ରେସ ଯୋଗେ ବିଶାଖାପାଟଣା ଠାରୁ ରାୟଗଡ଼ା ଅଭିମୁଖେ ବାହାରି ବଗି ନଂ- ୪ ସିଟ୍ ନଂ- ୨୭ରେ ନିଜର ଜିନିଷପତ୍ର ରଖି ସେଠାରେ ବସିଥିଲେ। ଟ୍ରେନ ରାୟଗଡ଼ା ଷ୍ଟେସନ ଠାରେ ପହଞ୍ଚିବା ପରେ ଶେଖ୍ ୟେଜଦାନି ଟ୍ରେନରୁ ଓହ୍ଲାଇ ଥିଲେ। ସେଠାରୁ ସେ ଏକ ଦୋକାନରେ ଜଳଖିଆ ଖାଉଥିବା ସମୟରେ ଟ୍ରେନରେ ଏକ ଲଗେଜ୍ ଭୁଲି ଯାଇଥିବା ଜାଣିବାକୁ ପାଇଥିଲେ। ସେଠାରୁ ତୁରନ୍ତ ରାୟଗଡ଼ା ଷ୍ଟେସନରେ ପହଞ୍ଚି ଥିଲେ ହେଁ ଟ୍ରେନ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ପଡିଥିଲା। ଶ୍ରୀୟେଜଦାନି ଏ ସମ୍ପର୍କରେ ଆରପିଏଫ୍ ଥାନା ଅଧିକାରୀଙ୍କୁ ଅବଗତ କରାଇବା ସହ ଉକ୍ତ ବ୍ୟାଗରେ ୪ଲକ୍ଷ ୫୦ହଜାର ଟଙ୍କା କହିଥିଲେ।
