ଭୁଜାଲିରେ ହାଣି ଲୁଟିନେଲେ ଲକ୍ଷାଧିକ ଟଙ୍କା, ଦୁଇ ଫାଇନାନ୍ସ କର୍ମଚାରୀ ଆହତ

ବାଲେଶ୍ୱର,ସୋର,ଏନ୍ଏନ୍ଏସ୍: ସୋର ଥାନା ଅନ୍ତର୍ଗତ ନାୟିକାବନ୍ଧ ଭିମୋଈ ଛକଠାରେ ରବିବାର ଦିନ କିଛି ଦୁର୍ବୃତ୍ତ ୨ଜଣ ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଆହତ ଦୁଇ କର୍ମଚାରୀ ସୋର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏହି ଦୁଇ ଆହତ କର୍ମଚାରୀ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ କମ୍ପାନୀର ଜଗନ୍ନାଥ ସ୍ୱାଇଁ ଓ ରଶ୍ମୀରେଖା ଦାସ ବୋଲି ଜଣାପଡ଼ିଛି। ଦୁହେଁ ସୋର ଥାନା ଅନ୍ତର୍ଗତ କେଶପୁର ଗ୍ରାମର ମହିଳା ଗ୍ରୁପ୍ରୁ ଟଙ୍କା ସଂଗ୍ରହ କରି ଫେରୁଥିଲେ।

 

ଭିମୋଇ ଛକଠାରେ ୩ ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲ୍ସରରେ ଆସି ସେମାନଙ୍କୁ ଅତର୍କିିତ ଭାବେ ଭୁଜାଲିରେ ଆକ୍ରମଣ କରିବା ସହ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ଆକ୍ରମଣରେ ରଶ୍ମୀରେଖାଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଜଗନ୍ନାଥ ମଧ୍ୟ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।