ପଞ୍ଚାୟତରାଜ ପାନୀୟଜଳ ବିଭାଗରେ ବ୍ୟାପକ ଅଦଳବଦଳ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ପଂଚାୟତରାଜ ପାନୀୟଜଳ ବିଭାଗରେ ଗୁରୁବାର ସନ୍ଧ୍ୟାରେ କର୍ମଚାରୀଙ୍କ ମଧ୍ୟରେ ବ୍ୟାପକ ଅଦଳବଦଳ ହୋଇଥିବା ଜଣାପଡିଛି । ବଦଳି ମଧ୍ୟରେ ଜଣେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ,୨ ଜଣ ପଂଚାୟତ ସମ୍ପ୍ରସାରଣ ଅଧିକାରୀ,୩ ଜଣ ସହକାରୀ ଯନ୍ତ୍ରୀ,୭ ଜଣ ଏପିଓ,୧୯ ଜଣ ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ, ୧୦ ଜଣ କମ୍ପୁଟର ପ୍ରୋଗ୍ରାମର ଓ ଜିଲ୍ଲାର ୧୩ ଟି ବ୍ଲକର ୨୯୦ ଜଣ ଗ୍ରାମ ରୋଜଗାର ସେବକ ଙ୍କର ବଦଳି ନିର୍ଦେଶ ହୋଇଛି ।

ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ବିଭାଗରେ କେବେ ଏକାବେଳେ ଏତେ ସଂଖ୍ୟକ କର୍ମଚାରୀଙ୍କର ବଦଳି ହୋଇନଥିଲା ବୋଲି ଆଲୋଚନା ହେଉଛି । ତେବେ ବଦଳି ହୋଇଥିବା କର୍ମଚାରୀମାନେ ଆସନ୍ତା ଡ଼ିସେମ୍ବର ୧ ତାରିଖ ସୁଧା ନିଜନିଜର ନୁତନ ବଦଳି ସ୍ଥାନରେ ଯୋଗଦେବାକୁ ବିଭାଗ ତରଫରୁ କଡା ନିର୍ଦ୍ଧେଶ ଦିଆଯାଇଛି । ଅପର ପକ୍ଷରେ ଏଭଳି ବଦଳିରେ ଅସନ୍ତୋଷ ବ୍ୟକ୍ତ କରି ଜିଆରଏସମାନେ ବଦଳି ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।