ଅର୍ନ୍ତଜାତୀୟ ବିମାନ ଉଡାଣ ଉପରେ ୩୦ ଜୁନ୍ ପର୍ଯ୍ୟନ୍ତ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର କରୋନା ସ୍ଥିତିକୁ ଆଖିଆଗରେ ରଖି କେନ୍ଦ୍ର ସରକାର ଅର୍ନ୍ତଜାତୀୟ ବିମାନ ଉଡାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ପୁଣି ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ପ୍ରତିବନ୍ଧକ କାର୍ଗୋ ଓ ଅନ୍ୟାନ୍ୟ ଜରୁରୀକାଳୀନ ବିମାନ ଉଡାଣ ଉପରେ ଲାଗୁ ହେବନାହିଁ।