୧୯ ବର୍ଷରୁ କମ ଓ ସିନିୟର ଘରୋଇ କ୍ରିକେଟ ଲିଗ ପାଇଁ ଆସନ୍ତା ୧୫ରୁ ରେଜିଷ୍ଟ୍ରେସନ

ଦେବଗଡ଼,ଏନ୍ଏନ୍ଏସ୍: ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ୧୯ ବର୍ଷରୁ କମ ଓ ସିନିୟରଙ୍କ ପାଇଁ ଅନୁଷ୍ଠିତ ହେବାକୁ ଥିବା ଘରୋଇ କ୍ରିକେଟ ଦେବଗଡ଼ ଜିଲ୍ଲାରେ ଆରମ୍ଭ ହେବ। ଏଣୁ ଦେବଗଡ଼ ଜିଲ୍ଲାର ଇଚ୍ଛୁକ କ୍ରିକେଟ ଖେଳାଳିମାନେ ଉପଯୁକ୍ତ ପ୍ରମାଣ ପତ୍ର ସହ ନିଜ ନାମ ୧୫ ତାରିଖରୁ ରେଜିଷ୍ଟ୍ରେସନ କରିବାକୁ ଜିଲ୍ଲା କ୍ରିକେଟ ସଙ୍ଘ ସମ୍ପାଦକ ସୁଜିତ କୁମାର ପ୍ରଧାନ ଅନୁରୋଧ କରିଛନ୍ତି।

ରେଜିଷ୍ଟ୍ରେସନ କରିଥିବା ଖେଳାଳିମାନେ ଆସନ୍ତା ୧୯ରୁ ଦେବଗଡ଼ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ଲିଗ ମ୍ୟାଚରେ ଅଂଶ ଗ୍ରହଣ କରିବେ। ଏହି ଲିଗ ମ୍ୟାଚଗୁଡିକରୁ ଜିଲ୍ଲାର ଶ୍ରେଷ୍ଠ ଖେଳାଳି ଚୟନ କରାଯାଇ ଆଗାମୀ ଦିନରେ ଦେବଗଡ଼ ଜିଲ୍ଲା ପକ୍ଷରୁ ୧୯ ବର୍ଷରୁ କମ ଓ କଳାହାଣ୍ଡି କପ୍ ପାଇଁ ଜିଲ୍ଲାରୁ ପ୍ରତିନିଧିତ୍ୱ କରିବେ ବୋଲି ସମ୍ପାଦକ ଶ୍ରୀ ପ୍ରଧାନ ପ୍ରେସ ବିବୃତିରେ ଜଣାଇଛନ୍ତି।