ଶିମିଳିପାଳରେ ଜଳୁଛି ନିଆଁ: ପିଠାବଟା, କରଞ୍ଜିଆରେ ହାଲୁକା ଧରଣର ବର୍ଷା

ବାରିପଦା,ଏନ୍ଏନ୍ଏସ୍: ପ୍ରାୟ ୨ ସପ୍ତାହ ଧରି ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଥମିବାର ନାମ ଧରୁ ନାହିଁ। ଆଜି ବିଶୋଇ ବ୍ଲକ୍ ଅଧୀନ ଯୋଡ଼ିଆ ପଞ୍ଚାୟତର ଖଡ଼ିଆସାହି ନିକଟ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ସେହିପରି କପ୍ତିପଦା ବ୍ଲକ୍ ପୋଡ଼ାଡ଼ିହା ଜଙ୍ଗଲରେ ମଧ୍ୟ କେତେକ ସ୍ଥାନରେ ନିଆଁ ଲାଗିଥିବାର ଜଣାପଡ଼ିଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣକୁ ଆଣିବା ନିମନ୍ତେ ୯୦ଟି ସ୍କ୍ୱାର୍ଡ଼, ୮ଟି ଗାଡ଼ି, ୪୪ଟି ବ୍ଲୋଅର ମେସିନ ଲାଗିଥିବା ବେଳେ ୧୩ ଶହରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି।

kuapathara

ଆଜି ଅପରାହ୍ଣରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ହାଲୁକା ଧରଣର ବୃଷ୍ଟିପାତ ହୋଇଥିବା ବେଳେ କେତେକ ସ୍ଥାନରେ ଛୋଟ ଛୋଟ କୁଆପଥର ମାଡ଼ ହୋଇଥିବାର ସୂଚନା ମିଳିଛି। ତେବେ ଶିମିଳିପାଳ ଆଭ୍ୟନ୍ତରୀୟ ଅଞ୍ଚଳରେ ବୃଷ୍ଟିପାତ ହୋଇନଥିବା ଜଣାପଡ଼ିଥିବା ବେଳେ ପିଠାବଟା ଉତ୍ତର ଓ ଦକ୍ଷିଣ, ଡ଼ୁକୁରା, ବାଙ୍ଗିରିପୋଷି, କରଞ୍ଜିଆ, ଠାକୁରମୁଣ୍ଡା, ପୋଡ଼ାଡିହା ଆଦି ଅଞ୍ଚଳ ସହ ଦଉଳି, ବୈଶିଙ୍ଗା ଓ କପ୍ତିପଦାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା ସୂଚନା ମିଳିଛି। ବାରିପଦା ଅଞ୍ଚଳରେ ପ୍ରାୟ ଏକ ଏମଏମ ବର୍ଷା ହୋଇଥିବାର କୃଷି ବିଭାଗ ପାଣିପାଗ କେନ୍ଦ୍ରରୁ ଜଣାପଡ଼ିଛି।