ବେଲଗାଁ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ପାଇଁ ପ୍ରସ୍ତୁତି ବୈଠକ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ସଇଁନ୍ତଲାସ୍ଥିତ ନୋଡ଼ାଲ ହାଇସ୍କୁଲ ସଇଁନ୍ତଲାରେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରାଙ୍କର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜୁନିୟର ରେଡକ୍ରସ ସମ୍ପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲ ସଂଯୋଜନା କରିଥିଲେ । ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର-୨୦୨୩ ବିଜୟାନନ୍ଦ ହାଇସ୍କୁଲ ବେଲଗାଁରେ ହେବାକୁ ଯାଉଛି । ଏହି ଅବସରରେ ସମସ୍ତଙ୍କୁ ବିଭାଗ ବଣ୍ଟନ କରାଯାଇଥିଲା । ସମସ୍ତେ ମିଳିମିଶି ତାଲିମ ଶିବିରର କାର୍ଯ୍ୟ ତୁଲାଇବା ପାଇଁ ସହମତି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସଇଁନ୍ତଲା ବ୍ଲକର ବିଜୟାନନ୍ଦ ହାଇସ୍କୁଲର ବେଲଗାଁର ପ୍ରଧାନଶିକ୍ଷକ ନାରାୟଣ ମିଶ୍ର, ଏସଏସ୍‌ଡି ସଇଁନ୍ତଲାର ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତା, ଡେଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ର, ଧରବଗଡ଼ ହାଇସ୍କୁଲର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର କ୍ଷେତି, କେରମେଳି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ ମିଶ୍ର, କୁମ୍ଭାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଦ୍ୱିତୀରଂଜନ ମହାଲିଙ୍ଗ, କରମତଲା ହାଇସ୍କୁଲର ପ୍ରଧାନଶିକ୍ଷକ ଦ୍ୱିତୀକୃଷ୍ଣ ପ୍ରଧାନ, ସିସକେଲା ହାଇସ୍କୁଲର ପ୍ରଧାନଶିକ୍ଷକ ମନୋଜ ବେହେରା ଓ କଂସର ହାଇସ୍କୁଲର ପ୍ରଧାନଶିକ୍ଷକ ଘନଶ୍ୟାମ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଇଁନ୍ତଲା ବ୍ଲକ ଜୁନିୟର ରେଡକ୍ରସ ସଂଯୋଜକ ହେମନ୍ତ ବେମାଲ ପରିଚାଳନା କରିଥିବାବେଳେ ଜିଲ୍ଲା ଜୁନିୟର ରେଡକ୍ରସର କାର୍ଯ୍ୟକାରିଣୀ କମିଟିର ସଦସ୍ୟ ରାମ ନାରାୟଣ ଦାଶ ଧନ୍ୟବାଦ ଦେଇଥିଲେ ।