ନୂଆଦିଲ୍ଲୀ,ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ ଜିଲ୍ଲାରେ ସ୍ଥିତି ସୁଧାର ଆସିଛି। ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ଥିତି ସମୀକ୍ଷା ପରେ ନୂତନ ତାଲିକା ଘୋଷଣା କରାଯାଇଛି। ଦେଶରେ ୧୩୦ଟି ଜିଲ୍ଲାକୁ ରେଡ ଜୋନ ଘୋଷଣା କରାଯାଇଥିବା ବେଳେ ୨୮୪ଟି ଜୋନକୁ ଅରୋଞ୍ଜ ଜୋନ କରାଯାଇଛି।
ସେହିପରି ୩୧୯ଟି ଜିଲ୍ଲାକୁ ଗ୍ରୀନ୍ ଜୋନ ଘୋଷଣା ହୋଇଛି। ତେବେ ଆସନ୍ତା ସପ୍ତାହରୁ ଏହି ନୂତନ ତାଲିକା କାର୍ଯ୍ୟକାରୀ ହେବ। ସେହିପରି ଓଡ଼ିଶାର ଯାଜପୁର, ଭଦ୍ରଦ ଓ ବାଲେଶ୍ୱରକୁ ରେଡ ଜୋନ ଘୋଷଣା କରାଯାଇଛି। ସେହିପରି ଓଡ଼ିଶାର ୬ଟି ଜିଲ୍ଲାକୁ ଅରେଞ୍ଜ ଜୋନ ଘୋଷଣା କରାଯାଇଛି। ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା , କୋରାପୁଟ, ଢ଼େଙ୍କାନାଳ, କଳାହାଣ୍ଡି ଅରେଞ୍ଜ ଜୋନରେ ରହିଛି। ତେବେ ପୂର୍ବରୁ ଖୋର୍ଦ୍ଧାକୁ ରେଡ ଜୋନରେ ସାମିଲ କରାଯାଇଥିବା ବେଳେ ବର୍ତ୍ତମାନ କରୋନା ନିୟନ୍ତ୍ରଣରେ ଥିବାରୁ ଏହାକୁ ଅରେଞ୍ଜ ଜୋନରେ ସାମିଲ କରାଯାଇଛି।