ଭବାନୀପାଟଣା,ଏନ୍ଏନ୍ଏସ୍: କେସିଙ୍ଗା ଥାନା କାଦୋପଡା ଗାଁ’ରେ ଆଜି ଏକ ଅଘଟଣ ଘଟିଯାଇଛି। ଚା’ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ ଟ୍ୟାଙ୍କି ଫାଟି ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ରେବତୀ ମେହେର ଓ ପ୍ରଭାକର ମେହେରଙ୍କୁ ସେଠାରୁ ଉଦ୍ଧାର କରାଯାଇ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କେସିଙ୍ଗା ଥାନା ଉତ୍କେଲା ପଞ୍ଚାୟତ କାଦୋପଡା ଗ୍ରାମର ତେଜରାଜ ମେହେର ଙ୍କ ସ୍ତ୍ରୀ ରେବତୀ ମେହେର,(୪୫)ଓ ସମ୍ପର୍କୀୟା ପ୍ରଭାକର ମେହେର ସ୍ତ୍ରୀ ପୂର୍ଣମୀ ମେହେର (୫୦), ସକାଳେ ୬ଟାରେ, ଚା ତିଆରି କରିବା ବେଳେ ଗେସ ଟାଙ୍କି ଲିକ ହୋଇ ଫତିଗଲା।ଫଳରେ ଏହି ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏହି ଦୁଇ ମହିଳାକୁ ଉଦ୍ଧାର କରିଥିଲା।ପରେ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଓ ପରେ ଭବାନୀପାଟଣା ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି।