ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ କମିଟି ପକ୍ଷରୁ ସୁପାରିସ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ସୁପାରିସ କରାଯାଇଛି । ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ହାଇଲେବଲ ଟିମ୍ ହେବ । ହାଇଲେବଲ ଟିମ୍ ଗଠନ ପାଇଁ ମଧ୍ୟ ସରକାରଙ୍କୁ ପରିଚାଳନା କମିଟି ନିବେଦନ କରିଛି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଉକ୍ତ ଟିମ୍ ରତ୍ନଭଣ୍ଡାର ଖୋଲିବାର ସମସ୍ତ ବ୍ୟବସ୍ଥା ତଦାରଖ କରିବେ । ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସଆଇକୁ ଅନୁମତ ମିଳିବି । ରଥଯାତ୍ରା ପୂର୍ବରୁ ବୈଷୟିକ ଜ୍ଞାନକୌଶଳ ଜରିଆରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯିବ ।