ପାଟଣାଗଡ଼: ପାଟଣାଗଡ଼ ଲାୟନ୍ସ କ୍ଲବର ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ମାରୱାଡ଼ି ପଞ୍ଚାୟତ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ଲାୟନ କେଶବ ଛାପାଡ଼ିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାୟନ ଜିଲ୍ଲା ୩୨୨ସି ୨ର ଉପଗଭର୍ଣ୍ଣର ୧ ଲାୟନ ପ୍ରଦୀପ ଅଗ୍ରୱାଲ, ଇଂସ୍ଟଲେସନ ଅଫିସର ପିଡିଜି ଲାୟନ ବେଣୁମାଧବ ମେଜର, ଲାୟନ ଚିତ୍ତରଞ୍ଜନ ଦାସ ଏବଂ ସମ୍ମାନିତ ଅତିଥି ଭାବେ ରିଜନ ଚେୟାରମେନ ଲାୟନ ଦୀପକ ପୃଷ୍ଟି ଓ ଜୋନ ଚେୟାରମେନ ଲାୟନ ସଦାଶିବ ସରାଫ ଓ କ୍ୟାବିନେଟ ମେମ୍ବର ଲାୟନ ଶ୍ରୀକାନ୍ତ ପାତ୍ର ମଞ୍ଚାସିନ ଥିଲେ । ଆଗାମୀ ୨୩/୨୪ ପାଇଁ ନୂତନ ସଭାପତି ଭାବେ ଲାୟନ ବିରେନ୍ଦ୍ର ପାତ୍ର, ଉପସଭାପତି ଲାୟନ ଦର୍ପଗଞ୍ଜନ ପଟ୍ଟନାୟକ, ସମ୍ପାଦକ ଲାୟନ ସାରସ ଜୈନ, କୋଷାଧ୍ୟକ୍ଷ ଲାୟନ ଶ୍ରୀକାନ୍ତ ପାତ୍ର ସମେତ କ୍ଲବର ଡାୟରେକ୍ଟର ଲାୟନ ଗୋବିନ୍ଦ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ତୁଷାର କାନ୍ତ ମିତ୍ର, ଭକ୍ତ ରାମ ବାଗ, ମାର୍କେଟିଙ୍ଗ ଚେୟାରମ୍ୟାନ ଗଜାନନ ଅଗ୍ରୱାଲ, ମେମ୍ବରସିପ ଚେୟାରମ୍ୟାନ ଶରତ ମେହେର, ଏଲସିଆଇଏଫ ଚେୟାରମ୍ୟାନ କେଶବ ଛାପାଡ଼ିଆ, ସର୍ଭିସ ଚେୟାରମ୍ୟାନ ସୁନୀଲ ଅଗ୍ରୱାଲ, ଟେଲ ଟୁଇଷ୍ଟର ତୁଷାର କାନ୍ତ ମିତ୍ର ଓ ଟେମର ମମତା ପାତ୍ରଙ୍କୁ ଶପଥ ଗ୍ରହଣ ଅଧିକାରୀ ଲାୟନ ବେଣୁମାଧବ ଦୋରା ଶପଥପାଠ କରାଇଥିଲେ । କେଶବ ଛପାଡ଼ିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ସୁନୀଲ ଅଗ୍ରୱାଲ କ୍ଲବର ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲାୟନ ତୁଷାର କାନ୍ତ ମିତ୍ର ପରିଚାଳନା କରିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ପଦ୍ମପୁର ବଲାଙ୍ଗିର ଟିଟିଲାଗଡ଼ ଓ ପାଇକମାଲ ଲାୟନ୍ସ କ୍ଲବର ସଭ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ନୂତନ ସମ୍ପାଦକ ଲାୟନ ସାରଶ ଜୈନ ଧନ୍ୟବାଦ ଦେଇଥିଲେ ।