ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣର ସମୀକ୍ଷା ବୈଠକ, ରେବେସା ମଠ ଉଚ୍ଛେଦ ପ୍ରକ୍ରିୟା ଜାରି

ପୁରୀ,ଏନ୍ଏନ୍ଏସ୍: ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରୀମନ୍ଦିରରେ ଚାଲିଥିବା ସୌନ୍ଦର୍ଯ୍ୟକରଣର ବ୍ଲୁ-ପ୍ରିଣ୍ଟକୁ ସମୀକ୍ଷା କରାଯାଇଥିଲା। ଏଥିସହ ବର୍ତ୍ତମାନ ପର୍ଯ୍ୟନ୍ତ କେତେ କାମ ଶେଷ ହୋଇଛି ଓ ଏହା ସମ୍ପୂର୍ଣ୍ଣ ଶେଷ ହେବାକୁ କେତେ ଦିନ ଲାଗିବ ତାହା ସମ୍ପର୍କରେ ଆଲୋଚନା ହୋଇଛି।

ଅନ୍ୟପଟେ ଶ୍ରୀମନ୍ଦିର ୭୫ ମିଟର ପରିଧିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଶ୍ରୀମନ୍ଦିରର ଉତ୍ତର ଦ୍ୱାରରେ ଥିବା ରେବେସା ମଠ ଉଚ୍ଛେଦ ଆରମ୍ଭ ହୋଇଛି। ତେବେ ଏହି ମଠଟି ପୁରୀର ପୁରାତନ ମଠ ହୋଇଥିବା ବେଳେ ଏହା ରାମାନନ୍ଦି ସମ୍ପ୍ରଦାୟର ବୋଲି ଜଣାଯାଏ। ତେବେ ଏହି ମଠଟିର ରକ୍ଷଣାବେକ୍ଷଣ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନର ହୋଇଥିବା ବେଳେ ଅସୁରକ୍ଷିତ ଅବସ୍ଥାରେ ରହିଥିଲା। ଶ୍ରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟାରେ ଏହାକୁ ମଧ୍ୟ ସାମିଲ କରାଯାଇ ୭୫ମିଟର ପରିଦ୍ଧି ମଧ୍ୟରୁ ଉଚ୍ଛେଦ ହେଉଛି।