ଧାନ ବସ୍ତା ରଖି ପ୍ରତିବାଦ କଲେ ଚାଷୀ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କଲମପୁରରେ ଥିବା ମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏ ନେଇ ଚାଷୀମାନେ ଦୁଲୁକିବନ୍ଧ ଛକ ନିକଟରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିବା ସହ ମୋଟେର ଜୟପାଟଣା ୨୬ନଂ ଜାତୀୟ ରାଜପଥ ଅବରୋଧ ଅବରୋଧ କରିବା ସହ ଦୁଲୁକିବନ୍ଧମଣ୍ଡିର କ୍ରୟ ଅଧିକାରୀଙ୍କୁ ଅଟକ ରଖିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ କରିଛନ୍ତି।

ସେହିପରି କଳାହାଣ୍ଡି ଜିଲ୍ଲା କଲମପୁ୮ଜଣ ଚାଷୀଙ୍କୁ ଟୋକନ ଡାଟାବେସରେ ପଞ୍ଜୀକରଣ କରିଥିଲେ ହେଁ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ରହିଛନ୍ତି। ବାରମ୍ବାର ଏ ସମ୍ପର୍କରେ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଉତ୍ତ୍ୟକ୍ତଚାଷୀମାନେ ଗୁରୁବାର ତହସିଲ ଅଫିସରେ ଧାନ ବସ୍ତା ରଖି ପ୍ରତିବାଦ କରିଛନ୍ତି। ଏଥିସହ ପରିଦର୍ଶନରେ ଆସିଥିବା ଧର୍ମଗଡ଼ଉପ- ଜିଲ୍ଲାପାଳଙ୍କ ସରକାରୀ ଗାଡିକୁ ଅଟକ ରଖିଥିଲେ, ଫଳରେ ଉପ- ଜିଲ୍ଲାପାଳଙ୍କୁ ହଟହଟା ହେବାକୁ ପଡିଥିଲା। ପରେ ପୁଲିସ ଆସି ଗାଡ଼ିକୁ ଉଦ୍ଧାର କରିଥିଲେ।

ଏହା ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଉତ୍ତ୍ୟକ୍ତ ଚାଷୀ ତହସିଲ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିବା ସହ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି।