ରିଆମାଳ ବ୍ଲକସ୍ତରୀୟ କଂଗ୍ରେସର ସାଙ୍ଗଠିନକ ବୈଠକ

ରିଆମାଳ,ଏନ୍ଏନ୍ଏନ୍: ରିଆମାଳ କଲ୍ୟାଣ ମଣ୍ଡପ ଠାରେ ଆଜି ରିଆମାଳ ବ୍ଲକସ୍ତରୀୟ କଂଗ୍ରେସର ସାଙ୍ଗଠିକ ବୈଠକ ଓ ବ୍ଲକ ସଭାପତି ଚୟନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁଶୀଲ କୁମାର ସାହୁ ସଂଯୋଜନା କରିଥିବାବେଳେ ବ୍ଲକ ପୂର୍ବତନ ସଭାପତି ପ୍ରଶ୍ନ କୁମାର ପ୍ରଧାନ ସଭାପତିତ୍ତ୍ୱ କରିଥିଲେ। ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଯୋଗଦେଇ ତୃଣମୂଳସ୍ତରରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେବା ସହିତ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଦଳରେ ପ୍ରାର୍ଥୀକୁ ଜିତେଇବା ପାଇଁ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ।

ଦେବଗଡ଼ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ସସ୍ମିତା ବେହେରା ଯୋଗଦେଇ ଦେବଗଡ଼ ଜିଲ୍ଲା କଂଗ୍ରେସ ସଙ୍ଗଠନ କିପରି ସୁଦୃଢ ହୋଇ ପାରିବ ମତ ରଖିଥିଲେ। ଦେବଗଡ଼ ଜିଲ୍ଲା ମହିଳା କଂଗ୍ରେସ ସଭାପତି ମୁଲତା ନାୟକ, ସଂଖ୍ୟାଲଘୁ ସଭାପତି ମୋହିନୀ ଖାନ, ଛେଣ୍ଡିପଦା ବ୍ଲକ ମହିଳା କଂଗ୍ରେସ ସଭାପତି ଶୋଭାଗିନୀ ଗଡ଼ନାୟକ, ଦେବଗଡ଼ ଜିଲ୍ଲା କଂଗ୍ରେସ ଉପସଭାପତି ହେମନ୍ତ କୁମାର ସାହୁ, ରିଆମାଳ ବ୍ଲକ ମହିଳା କଂଗ୍ରେସ ସଭାପତି ରୀନାରାଣୀ ମିତ୍ର, ଜିଲ୍ଲା ଆଦିବାସୀ କଲ୍ୟାଣ ସବାପତି କ୍ଷେତ୍ର କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ କୃଷ୍ଣ ଚନ୍ଦ୍ର ନାୟକ, ବଟକୃଷ୍ଣ ଦାସ, ଅଶୋକ କୁମାର ସାହୁ, ହିମାଂଶୁ ଶେଖର ଭଟ୍ଟ ଆଜି କଂଗ୍ରେସରେ ଯୋଗ ଦେଇଥିଲେ। ସୁଶୀଲ କୁମାର ସାହୁଙ୍କୁ ରିଆମାଳ ବ୍ଲକ କଂଗ୍ରେସ ସଭାପତି ଭାବେ ଘୋଷଣା କରାଯାଇଥିଲା।