ଗୁଡ଼ିଆ ସମାଜ ତରଫରୁ ସିଲେଇ ମେସିନ ପ୍ରଦାନ

ବରଗଡ଼,ଏନ୍ଏନ୍ଏସ୍: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଓଡିଶା ଗୁଡିଆ ସମାଜ ତରଫରୁ ସିଲେଇ ମେସିନ ପ୍ରଦାନ କରାଯାଇଛି । ଏନେଇ ବରଗଡ଼ ଗଣେଶ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସାଧୁ ନେପାକ ପ୍ରମୁଖ ଲସ୍ତଲା ଗ୍ରାମର ନମିତା ସାହୁ ଏବଂ କଲାପାଣି ଗ୍ରାମର କୁମାରୀ କବିତା ସାହୁଙ୍କୁ ଏହି ସିଲେଇ ମେସିନ ପ୍ରଦାନ କରିଥିଲେ ।

ଏ ଅବସରରେ ଓଡିଶା ଗୁଡିଆ ସମାଜର ସଭାପତି ପ୍ରଭାତ କୁମାର ସାହୁ , ସାଧାରଣ ସଂପାଦକ ରାଜେନ୍ଦ୍ର କୁମାର ସାହୁ , ଉପଦେଷ୍ଟା ରାଜେନ୍ଦ୍ର ସାହୁ , ସିଲେଇ ତାଲିମ ଶିକ୍ଷୟିତ୍ରୀ ସୁରେଶ୍ୱର ସାହୁ ଉପସ୍ଥିତ ଥିବା ବେଳେ କାର୍ଯ୍ୟକାରୀ ସଭାପତି ବିଶ୍ୱମୋହନ ସାହୁ , କୋଷାଧ୍ୟକ୍ଷ ଡ. ପ୍ରଭାତ କୁମାର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ବରଗଡ଼, ସମ୍ବଲପୁର, କଟକ, ଝାରସୁଗୁଡା, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା ସମେତ ଓଡିଶା ର ବିଭିନ୍ନ ଜିଲ୍ଳା ତଥା ଛତିଶଗଡ଼ ଅଞ୍ଚଳରୁ ଗୁଡିଆ ସମାଜର ପ୍ରତିନିଧିମାନେ ଯୋଗଦାନ କରିଥିଲେ । ଗଜେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।