ରିଆମାଳ ବ୍ଲକ କଂଗ୍ରେସର ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ କଲ୍ୟାଣ ମଣ୍ଡପ ଠାରେ ଆଜି ରିଆମାଳ ବ୍ଲକ କଂଗ୍ରସ ପକ୍ଷରୁ ପଞ୍ଚାୟତ ନିର୍ବାଚନ ରଣାଙ୍ଗନାରେ ବିଜୟ ଲାଭ କରିବା ପାଇଁ ଏକ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା କଂଗ୍ରେସ ପ୍ରଭାରୀ ସସ୍ମିତା ବେହେରା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିବା ବେଳେ ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ସଭାପତିତ୍ୱ କରି ରିଆମାଳ ବ୍ଲକର ଦୁଇଟି ଜିଲ୍ଲା ପରିଷଦ କ୍ଷେତ୍ରରେ କଂଗ୍ରେସ ପ୍ରତିନିଧିଙ୍କୁ ଜିତାଇବା ପାଇଁ କର୍ମୀ ମାନଙ୍କୁ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଥିଲେ।

ରିଆମାଳ ବ୍ଲକ ସଭାପତି ସୁଶିଲ କୁମାର ସାହୁ ସ୍ୱାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ। ସେହିପରି ଏସ.ଟି ସେଲ ସଭାପତି କ୍ଷେତ୍ରବାସୀ ପାତ୍ର, ଜିଲ୍ଲା କୃଷକ ମଞ୍ଚ ସଭାପତି ସନ୍ତୋଷ କୁମାର ସାହୁ, ଜିଲ୍ଲା ମହିଳା ସଭାପତି ମଞ୍ଜୁଲତା ନାଏକ, ଦେବଗଡ଼ ନଗର ସଭାପତି ପ୍ରକାଶ କୁମାର ଦେବତା, ଜିଲ୍ଲା ଉପସଭାପତି ବିନୋଦ ନାଏକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ତୀର୍ଥବାସୀ ସାହୁ, ଜିଲ୍ଲା ଉପ-ସଭାପତି ପ୍ରସନ୍ନ କୁମାର ପ୍ରଧାନ ଓ ଜିଲ୍ଲା ଉପସଭାପତି ହେମନ୍ତ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ରିଆମାଳ ବ୍ଲକରେ କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ନିଜ ନିଜର ଆଭିମୁଖ୍ୟକୁ ପରିପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରିଆମାଳ ବ୍ଲକର ୨୬ଟି ପଞ୍ଚାୟତରୁ ୭ ଶହରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଯୋଗଦେଇଥିଲେ। ଚିନ୍ମୟ କୁମାର ସାହୁ ଓ ବଟକୃଷ୍ଣ ଦାସ ସମସ୍ତ ପ୍ରକାର ସହଯୋଗ କରିଥିଲେ।ରିଆମାଳର ଅବସରପ୍ରାପ୍ତ ଏଲ.ଆଇ ସଚ୍ଚିଦା ନନ୍ଦ ସାହୁ ଓ ଅବସରପ୍ରାପ୍ତ ବନପାଳ ପ୍ରଫୁଲ୍ଲ କୁମାର ନନ୍ଦ ଆଜି କଂଗ୍ରେସରେ ଯୋଗଦାନ କଲେ। ବାବୁଲା କୁମାର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।