କରୋନାରୁ ମୁକ୍ତି ପାଇଁ ଦିନକୁ ୫ ଥର ପାଠ କରନ୍ତୁ ହନୁମାନ ଚାଳିଶା: ସାଂସଦ ପ୍ରଜ୍ଞା ସିଂହ ଠାକୁର

ଭୋପାଳ,ଏନ୍ଏନ୍ଏସ୍: କରୋନା ଭାଇରସ ମୁକାବିଲା ପାଇଁ ସମଗ୍ର ବିଶ୍ୱ ଚିନ୍ତିତ ଥିବାବେଳେ ସାଂସଦ ପ୍ରଜ୍ଞା ସିଂହ ଠାକୁର ଏକ ଅଦ୍ଭୁତ ପରାମର୍ଶ ଦେଇଛନ୍ତି। ସାଂସଦ କହିଛନ୍ତି, ହନୁମାନ ଚାଳିଶା ପାଠ କଲେ କରୋନା ଭୂତାଣୁ ଶେଷ ହୋଇପାରେ। ତେଣୁ ଭୋପାଳର ସାଂସଦ ପ୍ରଜ୍ଞା ସିଂହ ଠାକୁର ହନୁମାନ ଚାଳିଶା ପାଠ କରିବା ପାଇଁ ସାଧାରଣରେ ଅପିଲ କରିଛନ୍ତି।

ଏନେଇ ପ୍ରଜ୍ଞା ଏକ ଟୁଇଟରେ କହିଛନ୍ତି ଯେ ଆସନ୍ତୁ ଆମେ ଆଜିଠାରୁ ଆଗାମୀ ଅଗଷ୍ଟ ୫ ତାରିଖ ଯାଏଁ ପ୍ରତିଦିନ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବା। ସେହିପରି ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ସମାରୋହ ହେବ।