ଘରୋଇ ମଇଦାନରେ ପଞ୍ଜାବକୁ ହରାଇଲା ଆରସିବି

ନୂଆଦିଲ୍ଲୀ: ଆଇପିଏଲର ୨୭ତମ ଲିଗ୍ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଟିମ୍ ପଞ୍ଜାବର କିଙ୍ଗସ ଇଲେଭେନକୁ ୨୪ ରନରେ ହରାଇ ଦେଇଛି । ଏଥିସହିତ ଚଳିତ ସିରିଜର ୩ୟ ବିଜୟ ହାସଲ କରିଛି । ଆରସିବି ପ୍ରଥମେ ବ୍ୟାଟିଂ କରି ପଞ୍ଜାବକୁ ୧୭୫ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ପଞ୍ଜାବ ୧୦୬ ରନରେ ୭ଟି ୱିକେଟ ହରାଇ ଦେଇଥିଲା । ପରେ ଜୀତେଶ ଶର୍ମା ମ୍ୟାଚ ରୋମାଞ୍ଚକ କରିଥିଲେ ମଧ୍ୟ କିନ୍ତୁ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିବା ଯୋଗୁ ସେ ମ୍ୟାଚ୍ ଜିତାଇ ପାରିନଥିଲେ ।