ସେନା ଟ୍ରକ ଉପରେ ଆତଙ୍କୀ ଆକ୍ରମଣ

ଜମ୍ମୁ-କଶ୍ମୀର: ସେନାର ଟ୍ରକରେ ଅଗ୍ନିକାଣ୍ଡ ଘଟି ୫ଜଣ ଯବାନ ସହିଦ ହୋଇଛନ୍ତି । ଏହା ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାଟି ଭାଟା ଧୁରିୟାନ ହାଇୱେରେ ଘଟିଛି । ଏନେଇ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସୂଚିତ କରିଛନ୍ତି ।

ସେନା ପକ୍ଷରୁ କୁହାଯାଇଛି ଯେ, ଜମ୍ମୁ-କଶ୍ମୀରର ରାଜୋରୀ ସେକ୍ଟରସ୍ଥିତ ଭୀମବେର ଓ ପୁଞ୍ଛ ମଧ୍ୟରେ ଚାଲୁଥିବା ସେନାର ଏକ ବାହନ ଉପରେ ଆଜି ଅଜ୍ଞାତ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଆତଙ୍କବାଦୀମାନେ ଗ୍ରେନେଡ ମାଧ୍ୟମରେ ଆକ୍ରମଣ କରିବା ଯୋଗୁ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଫଳରେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ଯବାନ ସହିଦ ହୋଇଛନ୍ତି । ଅନ୍ୟଜଣେ ଗମ୍ଭୀର ଭାବେ ଆହତ ହୋଇଥିବା ଜଣେ ଯବାନଙ୍କୁ ତୁରନ୍ତ ରାଜୋରୀ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହିତ ବର୍ତ୍ତମାନ ସମୟରେ ସର୍ଚ୍ଚ ଅପରେସନ ଜାରି ରହିଛି ।