ଦିଲ୍ଲୀର ମୁଖାର୍ଜୀ ନଗରରେ ୟୁପିଏସସି ଛାତ୍ରଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଗାତାର ଭାବେ ଦିଲ୍ଲୀର ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରୁଛନ୍ତି । ଏହିକ୍ରମେ ଆଜି ମୁଖାର୍ଜୀ ନଗର ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ଏହି ସମୟରେ ୟୁପିଏସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ରାହୁଲଙ୍କ ସହ ତାଙ୍କ ଭଣଞ୍ଜା ରିହାନ ଭଦ୍ରା ମଧ୍ୟ ନଜର ଆସିଥିଲେ ।

ସୂଚନାଯୋଗ୍ୟ, ମୁଖାର୍ଜୀ ନଗର ଉତ୍ତରୀ ଦିଲ୍ଲୀ ଅଞ୍ଚଳରେ ଅବସ୍ଥିତ । ଏହାର ନାମ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ରଖାଯାଇଛି । ଏହି ଅଞ୍ଚଳରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ରହିଥାନ୍ତି । ଏହା କୋଚିଂ ହବ୍ ଭାବରେ ମଧ୍ୟ ଜଣାଯାଇଥାଏ । ଏହି ଛାତ୍ରଙ୍କ ସହ ଆଲୋଚନା କରିବା ପାଇଁ ରାହୁଲ ସେଠାରେ ପହଞ୍ଚିଥିଲେ ।