୨ଟି ବ୍ୟାଙ୍କ ଉପରେ ୫୯ ଲକ୍ଷ ଟଙ୍କା ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କିଙ୍ଗ ନିୟମ ପାଳନ ନ କରିବା ଅଭିଯୋଗରେ ୨ଟି ବ୍ୟାଙ୍କକୁ ୫୯ ଲକ୍ଷ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛି। ଏହି ୨ଟି ବ୍ୟାଙ୍କ ମୁମ୍ବାଇ ଓ ଗାଜିଆବାଦରେ ଅଛି। ମୁମ୍ବାଇ ସ୍ଥିତ ଅଭ୍ୟୁଦୟ କୋ-ଅପରେଟିଭ ବ୍ୟାଙ୍କ ଉପରେ ଅନେକ ନିର୍ଦେଶକୁ ଲାଗୁ କରା ନଟିବା ଅଭିଯୋଗରେ ୫୮ ଲକ୍ଷ ଟଙ୍କା ଜରିମାନା ହୋଇଛି।

ଇ୍ୟାଙ୍କ ତରଫରୁ ଏନପିଏ ସହିତ ଜଡିତ ନିୟମକୁ ଅଣଦେଖା କରାଯାଇଥିଲା। ଏହି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ ଅଭ୍ୟୁଦୟ ବ୍ୟାଙ୍କ ଉପରେ ଜରିମାନା ଲଗାଇଛି। ଅନ୍ୟପଟରେ ରିଜର୍ଭ ବ୍ୟାଙ୍କ ଅନ୍ୟ ଏକ ବୟାନରେ କହିଛି ଯେ, ଗାଜିଅବାଦାସ୍ଥିତ ନୋଏଡା କମର୍ସିଆଲ କୋ-ଅପରେଟିଭ ବ୍ୟାଙ୍କ ଉପରେ ମଧ୍ୟ ବ୍ୟାଙ୍କିଙ୍ଗ ରେଗୁଲେଶନ ଆକ୍ଟ ୧୯୪୯ ନିୟମକୁ ଅଣଦେଖା କରିବାକୁ ୧ ଲକ୍ଷ ଟଙ୍କା ଜରିମାନା ଦେବକୁ ଆଦେଶ ଦେଇଛି। ତେବେ ଏହି ୨ଟି ବ୍ୟାଙ୍କରେ ଯଦି କୌଣସି ଗ୍ରାହକ ଅଛନ୍ତି, ତା’ହେଲେ ସତର୍କ ହୋଇଯିବା ଦରକାର।