ରାଜସ୍ଥାନ: ଭରତପୁରରେ ୨ ଗୋଷ୍ଠୀ ମୁହାଁମୁହିଁ; ଗାଡ଼ି ଭଙ୍ଗାରୁଜା କଲେ ହିଂସାକାରୀ

ଭରତପୁର,ଏନ୍ଏନ୍ଏସ୍: ରାଜସ୍ଥାନର ଭରତପୁରରେ ମୋକଦ୍ଦମାରେ ଖଲାସ ହେବାକୁ ନେଇ ଖୁସିରେ ନାଚୁଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଏହା ପରେ ପାଖାପାଖି ଅଧ ଘଣ୍ଟା ପର୍ଯ୍ୟନ୍ତ ପଥରମାଡ଼ ହୋଇଛି। ଉପଦ୍ରବକାରୀମାନେ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ପଥରମାଡ଼ରେ ୨ ଜଣ ଲୋକ ଆହତ ହୋଇଛନ୍ତି। ପ୍ରଶାସନ ସଂପୃକ୍ତ ଅଞ୍ଚଳରେ ପୋଲିସ ଛାଉଣୀ କରିଦେଇଛି। ୨୦୧୩ ମସିହାରେ ହୋଇଥିବା ଘଟଣାକୁ ନେଇ ସୋମବାର ଦ୍ୱିତୀୟ ଥର ପାଇଁ ମଥୁରା ଗେଟ ଥାନା ଅନ୍ତର୍ଗତ ବୁଦ୍ଧର ହାଟରେ ହୋଇଛି।

ଉପଦ୍ରବକାରୀମାନେ ୨ଟି ବାଇକ କ୍ଷତି କରିଛନ୍ତି। ପୁଲିସ ଏହି ମାମଲାରେ ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା ଏବଂ ପରିସ୍ଥିତିକୁ ନିୟନ୍ତ୍ରିତ କରିଥିଲା। ଡିଭିଜନାଲ କମିଶନର ସାମ୍ବରମଲ ବର୍ମା, ଡିଏମ୍ ଆଲୋକ ରଂଜନ, ଆଇଜି ପ୍ରସନ୍ନ କୁମାର ଓ ଏସ୍‌ପି ଶ୍ୟାମ ସିଂହ ସହିତ ଥାନାର ଏସ୍‌ଏଚଓଙ୍କ ସମେତ ପୋଲିସ ବଳ ପହଞ୍ଚିଥିଲେ।