ରାୟଗଡ଼ା,ଏନ୍ଏନ୍ଏସ୍: ବାପାର ଇଚ୍ଛା ଥିଲା ପୁଅ ଡାକ୍ତର ପଢି ଅଞ୍ଚଳର ଲୋକଙ୍କୁ ଚିକିତ୍ସା ଯୋଗାଇବା ସହ ନିଜେ ପ୍ରଥମେ ଚିକିତ୍ସା ପାଇବ। ହେଲେ ବିଧିର ବିଧାନ ଅଗରେ ସବୁ କିଛି ଓଲଟପାଲଟ ହୋଇଗଲା । ପୁଅ ଡାକ୍ତରୀ ପାଠ ନ ସାରିବା ଆଗରୁ ବାପା ଆରପାରିକୁ ଚାଲି ଯାଇଛନ୍ତି। ଏଭଳି ଘଟଣା ଘଟିଛି ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଗୁଡିଆବନ୍ଧ ଗାଁରେ। ବାପା ଏଲ୍ ସୋମେଶ୍ୱର ରାଓଙ୍କ ଇଚ୍ଛା ଥିଲା ପୁଅ ଏଲ୍ ରାକେଶ ବଡ଼ ହୋଇ ଡାକ୍ତରୀ ପାଠ ପଢି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ସେବା କରିବ । ବାପାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ଡାକ୍ତରୀ ପାଠ ପଢୁଥିଲେ ରାକେଶ । ଆଉ କିଛିଦିନ ପରେ ପୁଅ ପାଠ ସାରି ରୋଗୀସେବା ଯୋଗାଇବ। ହେଲେ ପୁଅର ସେବା ପଇବା ଆଗରୁ ଆରପାରିକୁ ଚାଲିଗଲେ ବାପା।