ବାପା-ମାଆଙ୍କୁ ଶିଳପୁଆରେ ଛେଚି ମାରିଦେଲା ପୁଅ

ରାଉରକେଲା,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାଥାନା ଅନ୍ତର୍ଗତ ବିଶପୁର ଗାଁରେ ଜମିଜମାକୁ କେନ୍ଦ୍ରକରି ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ବାପା,ମାଆଙ୍କୁ ଶିଳପୁଆରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ। ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଜୟ ସିଂ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଅଭିଯୁକ୍ତ ଜୟ ସିଂ ପୈତୃକ ସମ୍ପତ୍ତି ବିକ୍ରି କରିବାକୁ ଚାହୁଁଥିଲା । ବାପା ଏକଥାରେ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜୟ ସିଂ ଏକ ଶିଳପୁଆରେ ବାପା-ମାଆ ଉଭୟଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି କାଣ୍ଡରେ ଅଭିଯୁକ୍ତ ଜୟ ସିଂ ର ପତ୍ନୀ ମଧ୍ୟ ଆହତ ହୋଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।