ରକ୍ତ ନମୁନା ସଂଗ୍ରହ ପାଇଁ ରାୟଗଡ଼ାରେ ଆଇସିଏମଆର ଟିମ୍

ରାୟଗଡ଼ା,ଏନ୍ଏନ୍ଏସ୍ : କୋଭିଡ୍ ମୁକାବିଲା ପାଇଁ ରାୟଗଡ଼ାରେ ପହଞ୍ଚିଛନ୍ତି ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର)ଟିମ୍ । ଏହି ଟିମ ଜିଲ୍ଲାର ୧୦ଟି କ୍ଲଷ୍ଟରରୁ ସାମୂହିକ ଭାବେ ୪୦୦ ରକ୍ତ ନମୁନା ସଂଗ୍ରହ କରିବ। ସଂଗୃହୀତ ରକ୍ତ ନମୁନାରେ କରୋନା ରୋଗ ପ୍ରତିଷୋଧକ ଶକ୍ତିର ପରିମାଣ ସହ ଇମନୋଗ୍ଲୋବିନ-ଜି ଓ ଇମନୋଗ୍ଲୋବିନ ଏମ ରହିଛି କି ନାହିଁ ସେ ଦିଗରେ ଅନୁସନ୍ଧାନ କରିବ। ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ । ଭାରତର ୨୧ଟି ରାଜ୍ୟର ୬୯ଟି ଜିଲ୍ଲାରୁ ନମୁନା ସଂଗ୍ରହ ପାଇଁ ଆଇସିଏମଆର ନିଷ୍ପତ୍ତି ନେଇଥିବା ବେଳେ ତାଲିକାରେ ଓଡ଼ିଶାର ୩ଟି ଜିଲ୍ଲା ରାୟଗଡ଼ା, କୋରାପୁଟ, ଗଞ୍ଜାମ ରହିଛି । ଭାରତର ବିଭିନ୍ନ ରାଜ୍ୟରେ କରୋନାର ସ୍ଥିତି, ଲକ୍ଷ୍ୟଣ ଓ ସଂକ୍ରମଣ ସମ୍ପର୍କରେ  ଅନୁସନ୍ଧାନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ସହଯୋଗରେ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ ଗୋଷ୍ଠୀ ଭିତ୍ତିକ ରକ୍ତ କଣିକା ସର୍ବେକ୍ଷଣ ଆରମ୍ଭ କରିଛି ।