କୋଭିଡ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ରମ୍ପା ସାହି ବାସିନ୍ଦା ବନମାଳୀ ପାତ୍ର(୭୩)ଙ୍କର ଜେକେପୁରସ୍ଥିତ କୋଭିଡ଼ ହସ୍ପିଟାଲରେ ମୃତ୍ୟୁ ଘଟିଛି। ସେ ଗତ ୨୦ତାରିଖରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତରଙ୍କ ସହ ପରାମର୍ଶ କରିଥିଲେ। ସେଠାରେ ଡା. ଦେଓ ତାଙ୍କୁ କୋରାପୁଟ ଯିବାକୁ ପରାମର୍ଶ ଦେଇଥିଲେ। ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର କୋଭିଡ଼ ପରୀକ୍ଷା କରାଯାଇଥିଲା। ର ରିପୋର୍ଟରେ ପଜିଟିଭି ଆସିବାପରେ ତାଙ୍କୁ ଜେକେପୁରସ୍ଥିତ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ସେହିପରି ବନମାଳୀଙ୍କର ସ୍ତ୍ରୀ ଓ ପୁଅଙ୍କର ମଧ୍ୟ କରୋନା ପଜିଟିଭି ଜଣାପଡ଼ିଥିବା ବେଳେ ରମ୍ପା ସାହିରେ ଆକାନ୍ତ ସଂଖ୍ୟା ୮ରେ ପହଞ୍ଚି ଥିବା ଜଣାପଡ଼ିଛି।