ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସହରରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟୁତ ଆଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ରାୟଗଡ଼ା ସହରସ୍ଥିତ ତୁମ୍ବିଗୁଡା ଗ୍ରାମର ତପସ୍ୱିନୀ ମାଣ୍ଡାଙ୍ଗି (୧୩ ) ଓଦା କପଡ଼ା ସୁଖାଉଥିବା ସମୟରେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତପସ୍ୱିନୀଙ୍କୁ ଏପରି ଅବସ୍ଥାରେ ଦେଖି ଜେଜେ ମା’ ବାଙ୍ଗାରାମା ମାଣ୍ଡାଙ୍ଗି (୭୦) ଉଦ୍ଧାର କରିବାକୁ ଯାଇଥିଲେ।
ଫଳରେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଉଭୟଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକେ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଓ ଗ୍ରାମବାସୀ ଉଭୟଙ୍କ ଶବକୁ ଘରକୁ ନେଇଯାଇଥିଲେ। ଡାକ୍ତରଙ୍କ ରିପୋର୍ଟ ମୁତାବକ ପୁଲିସ ମେଡିକାଲରେ ପହଞ୍ଚି ଶବକୁ ନପାଇ ତୁମ୍ବିଗୁଡ଼ା ଗାଁକୁ ଯାଇଥିଲା। ସେଠାରେ ଲୋକଙ୍କୁ ବହୁ ବୁଝାସୁଝା ପରେ ମଧ୍ୟ ଶବବ୍ୟବଚ୍ଛେଦ ପାଇଁ ପୁଲିସକୁ ନ ଛାଡ଼ି ଦାହ କରିଦେଇ ଥିଲେ।