ଟ୍ରେନରେ ଫେରି ପ୍ରବାସୀ ମହିଳା ପ୍ରସବ କଲେ କନ୍ୟା ସନ୍ତାନ

ରାୟଗଡା,ଏନ୍ଏନ୍ଏସ୍ : ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ଜଣେ ପ୍ରବାସୀ ମହିଳା ରାୟଗଡା ମୁଖ୍ୟ ଚିିିକିତ୍ସାଳୟରେ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ ନଂ ୦୭୭୪୮ରେ ଆସୁଥିବା ଜଣେ ଗର୍ଭବତୀ ମହିଳାଙ୍କ ରାୟଗଡା ଠାରେ ପ୍ରସବ ଯନ୍ତ୍ରଣା ହେବାରୁ ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆମ୍ବୁଲାନ୍ସ ଡକାଇ ମହିଳା ଜଣଙ୍କୁ ତୁରନ୍ତ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଡାକ୍ତରଖାନାରେ ମହିଳା ଜଣକ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। ତେବେ ସମ୍ପୃକ୍ତ ମହିଳାଙ୍କ ନାମ ମମିତା ସାଗର ତାଙ୍କ ବୟସ ୨୫ । ତାଙ୍କ ଘର ନବରଙ୍ଗପୁର ଜିଲ୍ଲାର କଇଲିମୁଣ୍ଡା ଗାଁ’ରେ । ସେ ତେଲେଙ୍ଗନା ରାଜ୍ୟକୁ କାମ କରିବାକୁ ସ୍ୱାମୀ ତୁଲାରାମ ସାଗରଙ୍କ ସହିତ ଯାଇଥିଲେ ।

ଗତକାଲି ଘଟକେଶ୍ୱରରୁ ଶ୍ରମିକଙ୍କୁ ନେଇ ନୁଆପଡ଼ା ଯାଉଥିବା ସ୍ୱତନ୍ତ୍ର ଟ୍ରେନରେ ରାୟଗଡ଼ାରେ ପହଚିଂ ଥିଲେ । ଟ୍ରେନରେ ପ୍ରଶବ ବେଦନା ବଢ଼ିଯିବାରୁ ତାଙ୍କୁ ଆମ୍ବୁଲାନସ ଯୋଗେ ରାୟଗଡ଼ା ମେଡ଼ିକାଲରେ ଭର୍ତି କରାଯାଇଥିଲା । ଉଭୟ ମା’ ଓ ଏବଂ କନ୍ୟା ସନ୍ତାନ ସୁସ୍ଥ ଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଣାପଡିଛି। ୨ ଦିନ ମଧ୍ୟରେ ୬ଟି ଶ୍ରମିକ ସ୍ପେଶାଲ ଟ୍ରେନରେ ରାୟଗଡା ରେଳ ଷ୍ଟେସନରେ ବିଭିନ୍ନ ଜିଲ୍ଲାର ୭୭୬ ଜଣ ପ୍ରବାସୀ ଶ୍ରମିକ ଓହ୍ଲାଇଛନ୍ତି। ଓହ୍ଲାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ୬୦୨ ଜଣ ଥିବା ବେଳେ ରାୟଗଡା ଜିଲ୍ଲାର ୧୮, କନ୍ଧମାଳ ଜିଲ୍ଲାର ୬ ଏବଂ କୋରାପୁଟ ଜିଲ୍ଲାର ୨ ଜଣ ପ୍ରବାସୀ ଶ୍ରମିକ। ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ପ୍ରବାସୀ ଶ୍ରମିକମାନେ ଆସୁଥିବା ଖବର ପୂର୍ବରୁ ହିଁ ରେଳ ବିଭାଗ ତରଫରୁ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା।

ପ୍ରଶାସନ ତରଫରୁ ଶୁକ୍ରବାର ୯ଟାରୁ ଶନିବାର ସନ୍ଧ୍ୟା ୫ଟା ଯାଏଁ ଗଜପତି ଛକ ଠାରୁ ସାଇ ଇଣ୍ଟରନ୍ୟାସନାଲ ଛକ ଯାଏଁ ୧୪୪ ଧାରା ଜାରୀ କରାଯାଇଥିଲା। ଗୋଟିଏ ସ୍ଥାନରେ ୪ ଜଣ ବ୍ୟକ୍ତି ଏକତ୍ରିତ ନ ହେବା ପାଇଁ ବାରଣ କରାଯାଇଥିଲା। ପ୍ରଶାସନ ତରଫରୁ ଶ୍ରମିକମାନଙ୍କୁ ସ୍ୱାଗତ କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଆଂଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ, ଉପଖଣ୍ଡ ପୋଲିସ ଅଧିକାରୀ ତପନ କୁମାର ରଥ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ରେଳ ବିଭାଗ ପୋଲିସ ଅଧିକାରୀ ଡି.ଏନ.ତ୍ରିଲୈକ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଶ୍ରମିକମାନଙ୍କୁ ସ୍ୱାଗତ କରିଥିଲେ। ରାୟଗଡା ଠାରେ ଓହ୍ଲାଇଥିବା ଶ୍ରମିକମାନଙ୍କ ପଞ୍ଜିକରଣ ସହ ଥର୍ମାଲ ସ୍କ୍ରିନଂ କରାଯାଇଥିଲା। ରାୟଗଡା ରେଳ ଷ୍ଟେସନରେ ଓହ୍ଲାଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ଜିଲ୍ଲାର ନୋଡାଲ ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି।