ଦେବଗଡ,ଏନ୍ଏନ୍ଏସ୍ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମୁହଁରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା ଆଦି ନିୟମଗୁଡିକ ପାଳନ ଉପରେ ବିଭିନ୍ନ ସ୍ଥାନରେ ଯାଂଚ କରାଯାଇ ଅମାନିଆ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ଦେବଗଡ ପୌରାଂଚଳରେ ତହସିଲଦାର ପଲ୍ଲବୀ ନାୟକ, ଅତିରିକ୍ତ ତହସିଲଦାର ସୌଦାମିନୀ ନାୟକ ଓ ଆସିଷ୍ଟାଣ୍ଟ କଲେକ୍ଟର ଦିବ୍ୟଶଙ୍କର ଜୟପୁରିଆ ବିଭିନ୍ନ ସ୍ଥାନରେ ଯାଂଚ କରି ୨୭ଜଣ ଉଲଘଂନକାରୀଙ୍କ ଠାରୁ ଟ୧୩,୫୦୦/ ଆଦାୟ କରିଥିଲେ। ସେହିଭଳି ରିଆମାଳ ବ୍ଲକରେ ତହସିଲଦାର ବିମଳା ବିରୁଳି ଏବଂ ଅତିରିକ୍ତ ତହସିଲଦାର ମନୋରଞ୍ଜନ ବଘାର ୨୫ଜଣ ଅମାନିଆଙ୍କ ଠାରୁ ଟ ୧୨,୫୦୦/ଜରିମାନା ଆଦାୟ କରିଥିଲେ । ବାରକୋଟ ବ୍ଲକରେ ତହସିଲଦାର ବାର୍ସିଲେସ ଡୁଙ୍ଗଡୁଙ୍ଗ ୯ଜଣ ଅମାନିଆଙ୍କ ଠାରୁ ଟ୪,୫୦୦/ଜରିମାନା ଆଦାୟ କରିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି ।