ବେଦାନ୍ତ ଦ୍ୱାରା ୨୨ଟି ଏନଜିଓ, ସହଭାଗୀ ପୁରସ୍କୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଭିଡ ଯୋଦ୍ଧାଙ୍କୁ ସ୍ୱୀକୃତି ଏବଂ ଉତ୍ସାହିତ କରିବା ପାଇଁ ବେଦାନ୍ତ ଚେୟାରମ୍ୟାନ ଅନିଲ ଅଗ୍ରୱାଲ, ବେଦାନ୍ତ କେୟାର୍ସ ନାମକ ଏକ ଡିଜିଟାଲ ପଦକ୍ଷେପ ନେଇଛନ୍ତି। ଆଉ ଏହା ଜରିଆରେ ମଜୁରିଆ ଏବଂ ପ୍ରବାସୀ ଶ୍ରମିକଙ୍କ ନିକଟରେ ଦରକାରୀ ସୁବିଧା ପହଂଚାଇବାର ଉଦ୍ୟମ କରିଥିବା ଅଂଶୀଦାର କମ୍ପାନୀ ଏବଂ ୨୨ଟି ଏନଜିଓଙ୍କୁ ଶ୍ରୀ ଅଗ୍ରୱାଲ ବ୍ୟକ୍ତିଗତ ଭାବେ ପୁରସ୍କୃତ କରି ଉତ୍ସାହିତ କରିଛନ୍ତି। ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି କି, “ଆମେ ସମସ୍ତେ ମିଶି ଏହି ସଂକଟ ସହିତ ସଂଗ୍ରାମ କରୁଛୁ। ଗୋଷ୍ଠୀ ସମ୍ପ୍ରଦାୟର ସେବା କରି ଆମେ ବେଦାନ୍ତର “ଗିଭିଂ ବ୍ୟାକ୍’ ନୀତିକୁ ଦୋହରାଇଛୁ। ଆମେ ସମ୍ପ୍ରଦାୟ ଏବଂ ପ୍ରଶାସନ ସହିତ ମିଶି ସଂଘର୍ଷ ଜାରି ରଖିଲେ ଏହା ଅନ୍ୟମାନଙ୍କୁ ସେବା କରିବାରେ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି।

ସୂଚନାଯୋଗ୍ୟ, ୨୨ଟି ଏନଜିଓ ଏବଂ ସହଭାଗୀ ସଂସ୍ଥା ମଧ୍ୟରୁ ଓଡ଼ିଶା ଅପରେସନର ଚେନ୍ନାଇ ରାଧା ଇଂଜିନିୟରିଂ ୱାର୍କ (ଝାରସୁଗୁଡ଼ା), ରାଜେନ୍ଦ୍ର ମେକାନିକାଲ ପ୍ରାଇଭେଟ ଲିଃ (ଝାରସୁଗୁଡ଼ା), ଲେମନ କେୟାର ହସ୍ପିଟାଲିଟି ସର୍ଭିସ (ଲାଞ୍ଜିଗଡ଼), ଦିନେଶ କୁମାର (ଲାଞ୍ଜିଗଡ଼), ବେଦାନ୍ତ ଓଡ଼ିଶାର ଉଚ୍ଚ ପଦାଧିକାରୀ ସୁନ୍ଦର ରାଜ୍, ସିଏସଆର୍ ମୁଖ୍ୟ(ଝାରସୁଗୁଡ଼ା), ଡ.ସବିତା ସ୍ୱାଇଁ, ବୃତ୍ତିଗତ ସ୍ୱାସ୍ଥ୍ୟ ମୁଖ୍ୟ (ଝାରସୁଗୁଡ଼ା), ମୁଖ୍ୟ ଗୁଣବତ୍ତା ନିୟନ୍ତ୍ରଣରାମଭଦ୍ର ରାଜୁ, ଲ୍ୟାବ ଏବଂ ଆର.ଏଣ୍ଡ.ଡି (ଲାଞ୍ଜିଗଡ଼), ପ୍ରଶାସନ ମୁଖ୍ୟ ଶୁଭଦର୍ଶିନୀ ପାଇକରାୟ (ଲାଞ୍ଜିଗଡ଼) ପ୍ରମୁଖ ପୁରସ୍କୃତ ହୋଇଥିଲେ।