Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅଜଣା ରୋଗରେ ୨ ମାସରେ ଆଖିବୁଜିଲେଣି ୧୦ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅଜଣା ରୋଗରେ ୨ ମାସରେ ଆଖିବୁଜିଲେଣି ୧୦

ରାୟଗଡା,ଏନ୍ଏନ୍ଏସ୍ : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଟିକରପଡା ଗାଁ’ରେ ଅଜଣା ରୋଗ ଆତଙ୍କ । ଗତ ୨ ମାସରେ ଆଖି ବୁଜିଲେଣି ଗାଁ’ର ୧୦ ଜଣ ବ୍ୟକ୍ତି। ଏହି ଅଜଣା ରୋଗରେ ବହୁ ଲୋକ ଆକ୍ରାନ୍ତ ହୋଇ ବିଷମକଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧିନ ଜଣେ ରୋଗୀଙ୍କ ରିପୋର୍ଟ ଡେଙ୍ଗୁ ପଜିଟିଭ୍ ଆସିବା ପରେ ସ୍ୱାସ୍ଥ ବିଭାଗର ନିଦ ହଜିଯାଇଛି। ଟିକରପଡା ଗାଁରେ ସ୍ୱାସ୍ଥ୍ୟ ବିଭାଗ କ୍ୟାମ୍ପ ପକାଇ ଲୋକଙ୍କୁ ଡେଙ୍ଗୁ ଉପରେ ସଚେତନତା କରାଇବା ସହ ଚିକିତ୍ସା ଆରମ୍ଭ କରିଛି। ଗତ ୨ ମାସ ମଧ୍ୟରେ ଟିକରପଡା ଗ୍ରାମର ମୀରା ପଲକିଆ, ଶବର ଗରଡିଆ, ରୁକୁନି ଗରଡିଆ, ସୁକ ବାଘ, ବିଭୂ କିଶୋର ବାଘ, ଜିତୁ କନ୍ଧପାଣି, ବୀର କରକରିଆ, ରଥ ନାଗ, ସିକେନ୍ଦ୍ର ବାଗଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ଉଦ୍ଧ୍ୱର୍ ଡେଙ୍ଗୁ ମହାମାରୀର ଆକ୍ରାନ୍ତ ହୋଇ ବିଷମକଟକ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧିନ ବ୍ୟକ୍ତିଙ୍କ ମଧ୍ୟରୁ ଆନନ୍ଦ ବାଗ ନାମକ ବ୍ୟକ୍ତିଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ ଆସିବ ପରେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି। ୧୩ ତାରିଖ ଦିନ ପଜିଟିଭ୍ ରିପୋର୍ଟ ଆସିବା ପରେ ୧୫ ତାରିଖ ଦିନ ଡାକ୍ତରଖାନା କତୃପକ୍ଷ ଆନନ୍ଦଙ୍କୁ ଆବଶ୍ୟକ ମେଡିସିନ୍ ଲଖି ଡାକ୍ତରଖାନାରୁ ଡିସଚାର୍ଜ କରିଛନ୍ତି ।

ଏହି ଘଟଣା ନଜରକୁ ଆସିବା ପରେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ. ସଂଜୟ କୁମାର ଟିକରପଡା ଗ୍ରାମ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲା ମ୍ୟାଲିରିଆ ଅଧିକାରୀ ଡ.ବି.ଏଲ.ଏନ ପୃଷ୍ଟି ଏବଂ ସ୍ୱାସ୍ଥ୍ୟ ଟିମ ମୁନିଗୁଡା ବିଡିଓ ଦିଲ୍ଲୀପ କୁମାର ବେହେରା, ତହସିଲଦାର ଦେବାଶିଷ ଗୌଡ, ମୁନିଗୁଡା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀ ଗାଁ’ରେ ପହଂଚି ଗ୍ରାମବାସୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିଛନ୍ତି । ଗ୍ରାମକୁ ସଂପୂର୍ଣ୍ଣ ବିଶୋଧନ କରାଯିବା ସହ ମଶାମରା ଧୂଆଁ ସ୍ପ୍ରେ କରାଯାଇଛି । ଅଜଣା ରୋଗରେ ୧୦ ଜଣଙ୍କ ମୃତ୍ୟୁ ଘଟଣାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଆର୍ତବନ୍ଧୁ ନାୟକ ସ୍ୱୀକାର କରିବା ସହ ଜଣ୍ଡିସ, କିଡିନୀ, ସିକିଲସେଲ୍, ବାର୍ଦ୍ଧକ୍ୟ ଭଳି ଅନେକ ରୋଗରେ ଆକ୍ରାନ୍ତ ଯୋଗୁଁ ଉକ୍ତ ଲୋକମାନଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି।

ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଯୋଗୁଁ ଅଜଣା ରୋଗ ବ୍ୟାପିଛି ନା ଅନ୍ୟ କେଉଁ କାରଣରୁ ବ୍ୟାପିଛି ସେ ନେଇ ତଦନ୍ତ ଚାଲିଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରକାଶ କରାଯାଇଛି। ପ୍ରତିଦିନ ଗାଁରେ ଅଜଣା ରୋଗଙ୍କ ସଂଖ୍ୟା ବଢୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଟିମ ଏହି ଗ୍ରାମରେ କ୍ୟାମ୍ପ ପକାଇଛି। ତେବେ ଲକଡାଇନ ପରିସ୍ଥିତି ଯୋଗୁଁ ରୋଗୀ ମାନେ ରାୟଗଡା ଚିକିତ୍ସାଳୟକୁ ନ ଆସି ପାରି ବାଧ୍ୟ ହୋଇ ବିଷମକଟକ ସ୍ଥିତ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ଘଟଣା ସଂପର୍କରେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ସଂଜୟ କୁମାରଙ୍କୁ ପଚାରିବାରୁ କିଛି ରୋଗୀ ଚିକିତ୍ସା ପାଇଁ ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ରାୟଗଡା ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ରୋଗୀମାନେ ବିଷମକଟକ ସ୍ଥିତ ଘରୋଇ ମେଡିକାଲରେ ଭର୍ତି ହୋଇଛନ୍ତି।