ନୂୂଆଦିଲ୍ଲୀ: କରୋନା ଯୁଦ୍ଧରେ ପ୍ରତ୍ୟେକ ଦେଶ ନିଜ ନିଜ ସ୍ତରରେ ଲଢ଼େଇ ଜାରି ରଖିଛନ୍ତି। କିନ୍ତୁ ଏହି ଲଢ଼େଇରେ ସବୁ ନେତାଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀର୍ଷରେ ରହିଛନ୍ତି। ଏଥିରେ ମୋଦୀଙ୍କ ଲୋକପ୍ରିୟତା ୬୮ ପ୍ରତିଶତ ରହିଛି। ଆମେରିକାର ଡାଟା ରିସର୍ଚ୍ଚର କମ୍ପାନୀ ମର୍ଣ୍ଣିଂ କନସଲ୍ଟ ମୁତାବକ, କରୋନାରେ ଆମେରିକା ଉପରେ ପଡିଥିବା ପ୍ରଭାବକୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା। ଏହି ତୁଳନାତ୍ମକ ରିସର୍ଚ୍ଚରେ ଆମେରିକାର ରାଷ୍ଟ୍ରପତିଙ୍କ ସମେତ ଅନ୍ୟ ଦେଶର ୯ ଜଣ ରାଷ୍ଟ୍ରଧ୍ୟକ୍ଷଙ୍କ ତୁଳନା କରାଯାଇଥିଲା। ଏହି ରିପୋର୍ଟ ଜନମତ ଆଧାରରେ ପ୍ରସ୍ତୁତ କରାଯାଇଛି।