ରାୟଗଡ଼ା ପୌରପାଳିକାରେ ୮ କୋଟି ଟଙ୍କାର ଆର୍ଥିକ ଅନିୟମିତତା

ରାୟଗଡ଼ା, ଏନ୍ଏନ୍ଏସ୍: ରାୟଗଡା ମ୍ୟୁନିସିପାଲିଟିରେ ୮ କୋଟିରୁ ଉର୍ଦ୍ଧ ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି। ଅଡିଟ ବିଭାଗ ହାତରେ ଧରାପଡିଛି ଏଭଳି କେଳେଙ୍କାରୀ। ସରକାରୀ ନିତୀ ନିୟମକୁ ଉଲ୍ଲଂଘନ କରି ପୌର ପ୍ରଶାସନ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏଯାଏଁ ହିସାବ ଦାଖଲ କରିନଥିବା ସ୍ପଷ୍ଟ କରିଛି ଅଡିଟ ବିଭାଗ। ଏଭଳି କାରନାମାରେ ରାୟଗଡା ପୌର ସଂସ୍ଥାର ଦୁଇ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସମେତ ବର୍ତ୍ତମାନର କିଛି କର୍ମଚାରୀ ରହିଥିବା ଜଣାଯାଇଛି। ପୌର ପାଳିକାର ଏଭଳି କାଣ୍ଡ କାରଖାନା ପଦାକୁ ଆସିବା ପରେ ସରକାରୀ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ଏନେଇ ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ଏହି ମାମଲାକୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ନେବାକୁ କହିଥିବା ବେଳେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ପାଇଁ ଦାବି କରିଛି। ସେହିପରି ରାଜ୍ୟର ୫ଟି ସ୍ୱଚ୍ଛ ସରକାର ଏଭଳି କେଳେଙ୍କାରୀ ତଦନ୍ତ କରି ଏଥିରେ ଜଡିତ ଥିବା ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଏନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ କହିଛନ୍ତି କିଛି ଦିନ ତଳେ ପୌରସଂସ୍ଥା କାର୍ଯ୍ୟାଳୟ ଏହି ରିପୋର୍ଟ ପାଇବା ପରେ ଏନେଇ ଅନୁଧ୍ୟାନ ଚାଲିଛି। ଅଡିଟ ରିପୋର୍ଟର ତର୍ଜମା କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।