ଶିଶୁ ସୁରକ୍ଷା ସଚେତନତା ରଥ

ଝାରସୁଗୁଡା,ଏନ୍ଏନ୍ଏସ୍: ଚାଇଲ୍ଡ ଲାଇନ ସହ ବନ୍ଧୁତା ସପ୍ତାହ ପାଳନ ଅବସରରେ ଆଜି ଝାରସୁଗୁଡା ଜିଲ୍ଲା ଚାଇଲ୍ଡ ଲାଇନ ପକ୍ଷରୁ ଏକ ସଚେତନତା ରଥ ପରିକ୍ରମା କରାଯାଇଛି। କୌଣସି ସ୍ଥାନରେ ଶିଶୁଙ୍କ ପ୍ରତି ଅତ୍ୟାଚାର ହେଲେ ଜିଲ୍ଲାବାସୀ ତୁରନ୍ତ ଚାଇଲ୍ଡ ଲାଇନକୁ ଯୋଗାଯୋଗ କରନ୍ତୁ ବୋଲି ସଂଯୋଜକ ଆଶିଷ କୁମାର ପଣ୍ଡା କହିଛନ୍ତି। ଏହାଦ୍ୱାରା ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକାଯିବା ସହ ଶିଶୁଙ୍କୁ ଏକ ଉତ୍ତମ ଭବିଷ୍ୟତ ଦେଇହେବ ଏବଂ ଜିଲ୍ଲାବାସୀ ଓ ଚାଇଲ୍ଡ ଲାଇନ ମଧ୍ୟରେ ଏକ ବନ୍ଧୁତା ସ୍ଥାପନ ହୋଇ ପାରିବ। ଯାହାଫଳରେ ଝାରସୁଗୁଡା ଏକ ଶିଶୁ ଶୋଷଣ ମୁକ୍ତ ଜିଲ୍ଲା ହୋଇ ପାରିବ।