ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରାଲି

ରାୟଗଡ଼ା,ଏନ୍ଏନ୍ଏସ୍: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ରାୟଗଡ଼ାରେ କଂଗ୍ରେସ ପକ୍ଷରୁ ରାଲି କରାଯାଇଛି। କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନେତୃତ୍ୱରେ ଜିଲ୍ଲା କଂଗେସ କମିଟି ପକ୍ଷରୁ ସାଇକେଲ ରାଲି ହୋଇଥିଲା। ସାଂସଦ ସପ୍ତଗିରି ଉଲ୍ଲାକା, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡାଙ୍କ ସମତେ ଶତାଧିକ କଂଗ୍ରେସ କର୍ମୀ ସାଇକେଲରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତୈଳଦର ବୃଦ୍ଧିକୁ ନେଇ ମୋଦୀ ସରକାରଙ୍କ ବିରୋଧରେ ବିକ୍ଷୋଭ କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଯଦି କେନ୍ଦ୍ରସରକାର ତୈଳଦର ନିୟନ୍ତ୍ରଣରେ ବିଫଳ ହୁଅନ୍ତି ତେବେ ଆଗାମୀ ଦିନରେ କଂଗ୍ରେସ ଜନଆନ୍ଦୋଳନକୁ ବ୍ୟାପକ କରିବ ବୋଲି ସାଂସଦ ସପ୍ତଗିରି ଉଲ୍ଲାକା ଚେତାବନୀ ଦେଇଛନ୍ତି।