୩ଦିନ ପାଇଁ ସଟଡାଉନ ହେଲା କମଗାଁ ପଂଚାୟତ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ପଂଚାୟତକୁ ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୩ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଆଜି ମଧ୍ୟରାତ୍ରରୁ ୨ ତାରିଖ ପର୍ଯ୍ୟନ୍ତ ଉକ୍ତ ପଂଚାୟତ ସଟଡାଉନ ରହିବ। ପଡ଼ୋଶୀ ଗ୍ରାମ କଟାପାଲିଲେ ଗତକାଲି ୧୫ ଜଣ ଓ ଆଜି ପୁଣି ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କମଗାଁ ପଂଚାୟତ କଟାପାଲିର ନିକଟତମ ହୋଇଥିବାବେଳେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଣରେ ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସରପଞ୍ଚ ହୃଦାନନ୍ଦ ଖମାରୀ ସୂଚନା ଦେଇଛନ୍ତି। ଏହି ସମୟରେ କେବଳ ଜରୁରୀ ସେବା କୁ ଛାଡ଼ି ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ। ଆଉ ନିୟମ ଉଲଂଘନ କଲେ କୋଭିଡ ଆଇନ ଅନୁଯାୟୀ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।