ରାୟଗଡ଼ା ଜିଲ୍ଲାରେ ଆଜି ୨୪ ଜଣ କରୋନା ପଜିଟିଭ୍

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ଆଜି ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ରାୟଗଡ଼ା ସହରରେ ୧୫ ନୂଆ ପଜିଟିଭ ବାହାରି ଥିବା ବେଳେ ଗୁଣପୁର ସହରରୁ ୩ଜଣ, କୁଜେନ୍ଦ୍ରିରୁ ଜଣେ ଓ ସିରିଝୋଳି ପଞ୍ଚାୟତରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଲୋକାଲ୍ ବୋଲି ଜଣାଯାଇଛି। ରାୟଗଡ଼ା ସହରର ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ରହିଥିବାବେଳେ ଏମାନଙ୍କ ମଧ୍ୟରୁ ୩ଜଣ ବିଭିନ୍ନ ହଟସ୍ପଟ ଜିଲ୍ଲାରୁ ଆସିଛନ୍ତି। ସେହିପରି ଗୁଣପୁର ସିରିଝୋଳି ଗ୍ରାମର ଆକ୍ରାନ୍ତ ହଟସ୍ପଟ୍ ବିଜୟପୁର ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଛନ୍ତି। ରାୟଗଡ଼ା ସହରର ବିଭିନ୍ନ ସଂକ୍ରମିତ ସାହି ବସ୍ତିରେ ମ୍ୟୁନିସିପାଲିଟି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ସର୍ବସାଧାରଣ ପ୍ରବେଶକୁ ନିଷିଦ୍ଧ କରାଯାଇଛି।