ଭୁବନେଶ୍ୱର,ଏନ୍ଏନ୍ଏସ୍: ଖାରବେଳନଗରରେ ଥିବା ଦୁଇଟି ହୋଟେଲକୁ ବିଏମସି ପକ୍ଷରୁ ବନ୍ଦ କରାଯାଇଛି। ବିଡିଏ କାର୍ଯ୍ୟାଳୟ ପଛପଟେ ଥିବା ଏହି ଦୁଇ ହୋଟେଲ୍ ରେ ଆଜି ଅପରାହ୍ଣରେ ଲୋକମାନଙ୍କୁ ବସାଇ ଖାଇବାକୁ ଦେଉଥିଲେ। ଘଟଣା ସ୍ଥଳରେ ବିଏମସି ସାଉଥ୍ ଇଷ୍ଟ ଜୋନର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ଏନଫୋର୍ସମେଣ୍ଟ ଟିମ୍ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେଇଥିଲେ। କାଭିଡ୍-୧୯ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ କରିଥିବାରୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯିବା ସହିତ ୭ ଦିନ ପର୍ଯ୍ୟନ୍ତ ହୋଟେଲ୍ ବନ୍ଦ ରଖିବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ହୋଟଲେଗୁଡ଼ିକ କେବଳ ପାର୍ସଲ ଦେଇପାରିବେ। ମାତ୍ର ଏହି ନିୟମ ଉଲ୍ଲଙ୍ଘନ କରି ଲୋକଙ୍କୁ ବସାଇ ଖାଇବାକୁ ଦେଉଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି।